ନୂଆଦିଲ୍ଲୀ: ମନୁଷ୍ୟ ସହ ଚଳିବା ପରେ ଅନେକ ପୋଷା ଜନ୍ତୁ କିଛି ଅନୁସରଣ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଗୋଟିଏ କୁକୁର ଛୋଟେଇ ଛୋଟେଇ ଡାକ୍ତରଖାନାରେ ନିଜ ଗୋଡ ଭଲ କରିବା ପାଇଁ ପଂହଚି ଯାଇଛି । କଥାଟା ବିଶ୍ୱାସ ନ ହେଲେ ବି ସତ । ଘଟଣା ଦିନ କୁକୁର ଛୋଟେଇ ଛୋଟେଇ ଡାକ୍ତରଖାନା ଗେଟ ପାଖରେ ଚୁପଚାପ ବସି ଯାଇଥିଲା । କିଛି ସମୟରେ ରିସେପ୍ସନରେ ଥିବା ଜଣେ ମହିଳା ତା ପାଖକୁ ଯାଇଥିଲେ । କୁକୁରକୁ ଭଲ ଭାବେ ଅନୁଧ୍ୟାନ କରିବା ପରେ ସେ ତାକୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ । ସେଠାରେ ତାର ଚିକିତ୍ସା ହୋଇଥିଲା ।
ଏହି ଭିଡିଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । କୁକୁରଟି ଗୁରୁତର ଭାବେ ଆଘାତପ୍ରାପ୍ତ ହେବା ସତ୍ୱେ ଡାକ୍ତରଖାନାକୁ ଆସି ଚୁପଚାପ ବସି ରହି ତାର ପାଳିକୁ ଅପେକ୍ଷା କରିଥିଲା । ଜଣେ ୟୁଜର୍ସ ଲେଖିଛନ୍ତି ବିଶ୍ୱାସ ଓ ଭଲ ପାଇବା ରହିଲେ ସବୁ କିଛି ନିୟନ୍ତ୍ରଣରେ ରହିବ । ସମସ୍ତେ ସମସ୍ତଙ୍କ ନିକଟତର ହୋଇପାରିବେ । ମନୁଷ୍ୟର ପ୍ରଭାବ ଏବେ ସମ୍ପୂର୍ଣ୍ଣ ଜୀବମଣ୍ଡଳ ଉପରେ ରହିଲାଣି । ଏହା ଧୀରେ ଧୀରେ ପଶୁ, ପକ୍ଷୀମାନେ ମଧ୍ୟ ହୃଦଙ୍ଗଗମ କଲେଣି । କଠୋର ନ ହୋଇ ମନୁଷ୍ୟ ସେମାନଙ୍କୁ ଆଦରିନେଲେ ସମସ୍ତେ ସ୍ନେହର ଡୋରିରେ ବାନ୍ଧି ହୋଇଯିବେ । ରିସେପ୍ସନ ମହିଳା ଜଣଙ୍କ ଏବଂ କୁକୁରକୁ ଚିକିିତ୍ସା କରିଥିବା ଡାକ୍ତର ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ।
Comments are closed.