ବ୍ରିସବେନ: ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆନ୍ତର୍ଜାତୀୟ ଟି୨୦ରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ଟି୨୦ କ୍ରିକେଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ମ ଟି୨୦ରେ ସେ ତାଙ୍କ କ୍ୟାରିୟରର ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ସବୁଠାରୁ କମ ବଲରେ ସେ ୧୦୦୦ ରନ କରି ରେକର୍ଡ କରିଛନ୍ତି । ଅଷ୍ଟ୍ରେଲିଆର ଟିମ ଡେଭିଡଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ଅଭିଷେକ ୫୨୮ ବଲରେ ଏହି ସଫଳତା ହାସଲ କରିଥିଲେ । ଟିମ ଡେଭିଡ(୫୬୯), ସୂର୍ଯ୍ୟକୁମାର ଯାଦବ(୫୭୩), ଫିଲ ସଲ୍ଟ(୫୯୯) ଓ ଗ୍ଲେନ ମ୍ୟାକ୍ସୱେଲ ୬୦୪ ବଲରେ ୧୦୦୦ ରନ ପୂର୍ଣ୍ଣ କରିଥିଲେ ।
ତେବେ ସେ ବିରାଟ କୋହଲିଙ୍କ ଏକ ରେକର୍ଡକୁ ଭାଙ୍ଗି ପାରି ନାହାନ୍ତି । କୋହଲି ୨୭ ଇନିଂସରେ ୧୦୦୦ ରନ କରିଥିବା ବେଳେ ଅଭିଷେକ ୨୮ ପାରୀରେ ଏହା କରି ଭାରତୀୟଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେମାନଙ୍କ ପଛକୁ କେଏଲ ରାହୁଲ(୨୯), ସୂର୍ଯ୍ୟକୁମାର ଯାଦବ(୩୧) ଓ ରୋହିତ ଶର୍ମା( ୪୦) ରହିଛନ୍ତି ।
Comments are closed.