ମୁମ୍ବାଇ: ବଲିଉଡର ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇଛି । ଏବେ ସେ ଭେଟିଂଲେଟର ସପୋର୍ଟରେ ଅଛନ୍ତି । ଡାକ୍ତରଙ୍କ ଏକ ଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଶ୍ୟ ବିଧିବଦ୍ଧ ଭାବେ କୌଣସି ବୟାନ ଦିଆଯାଇନି । ରିପୋର୍ଟ ଅନୁସାରେ ଆଗାମୀ ୭୨ ଘଂଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଧର୍ମେନ୍ଦ୍ରଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ଅଛନ୍ତି । ଝିଅମାନଙ୍କୁ ଆମେରିକାରୁ ଡକାଯାଇଛି । ବୟସାଧିକ୍ୟ ଯୋଗୁ ଧର୍ମେନ୍ଦ୍ର ଏବେ କ୍ରମାଗତ ଅସୁସ୍ଥ ରହୁଛନ୍ତି । ନିକଟରେ ତାଙ୍କର ଆଗାମୀ ଫିଲ୍ମ ଏକ୍କିଶର ଟ୍ରେଲର ରିଲିଜ ହୋଇଛି । ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଉଛି ।
୧୯୬୦ରେ ଧର୍ମେନ୍ଦ୍ର ଦିଲ ଭି ତେରା ହମ ଭି ତେରା ଫିଲ୍ମ ମାଧ୍ୟମରେ ସେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଅନପଢ଼, ବନ୍ଦିନୀ, ଅନୂପମା ଓ ଆୟା ସାୱନ ଝୁମ କେ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଶୋଲେ, ଧରମଭୀର, ଚୁପକେ ଚୁପକେ, ମେରା ଗାଁଓ ମେରା ଦେଶ ଓ ଡ୍ରିମ ଗାର୍ଲ ପରି ସୁପରହିଟ ଫିଲ୍ମ ଦେଇଛନ୍ତି । ତେବେ ବାତୋଁ ମେଁ ଐସା ଉଲଝା ଜିୟାରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏବେ ସେ ଏକ୍କିସ ଫିଲ୍ମରେ ଅଭିନୟ କରୁଛନ୍ତି ।
Comments are closed.