Latest Odisha News

BREAKING NEWS

Delhi Blast: ଦିଲ୍ଲୀ ବ୍ଲାଷ୍ଟ୍ ସହ ପୁଲୱାମା କନେକ୍ସନ: ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପଛରେ ରହିଛି ପୁଲୱାମା ଲିଙ୍କ୍‌। ଗତକାଲି ସଂଧ୍ୟାରେ ଦିଲ୍ଲୀର ଚର୍ଚ୍ଚିତ ସ୍ଥାନ ଲାଲକିଲ୍ଲା ବାହାରେ ହୋଇଥିଲା ବଡ଼ ବିସ୍ଫୋରଣ । ଏକ i 20 କାର୍‌ରେ ହୋଇଥିଲା ବିସ୍ଫୋରଣ । ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ। ବର୍ତ୍ତମାନ ବିସ୍ଫୋରଣ ହୋଇଥିବା କାର୍‌ ମାଲିକକୁ ଧରିଛି ପୋଲିସ । କାର୍‌ ମାଲିକ ମହମ୍ମଦ ସଲମାନଙ୍କୁ ପୋଲିସ ଅଟକ ରଖିଛି । କାର୍‌ଟି ବିକ୍ରି କରିଦେଇଥିବା ନେଇ ସଂପୃକ୍ତ ବ୍ୟକ୍ତି ପୋଲିସ ଆଗରେ କହିଛି ।

କାର୍‌ ମାଲିକ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ସିସିଟିଭିରେ ଦେଖାଯାଉଥିଲା। ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍‌କିଲ୍ଲା ନିକଟରେ ପାର୍କିଂ ହୋଇଥିଲା। ଅପରାହ୍ନ ୩ଟା ୧୯ରେ ପାର୍କିଂ ହେଲା କାର୍, ୬ଟା ୪୮ରେ ବାହାରିଥିଲା। ସଂଧ୍ୟା ୬ଟା ୫୨ ମିନିଟ୍‌ରେ ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା। ତେବେ ବିସ୍ଫୋରଣ ହୋଇଥିବା କାର୍‌ର ନଂ ହେଉଛି HR26CE7674 । କାର୍‌ଟି ୨୦୧୪ରେ ହୋଇଥିଲା ରେଜିଷ୍ଟ୍ରେସନ୍‌ ।

ଦିଲ୍ଲୀ ବିସ୍ଫୋରଣରେ ରହିଛି ପୁଲୱାମା ଲିଙ୍କ୍‌ । ପୁଲୱାମା ଆଟାକ୍ ଦିନ ବିକ୍ରି ହୋଇଥିଲା ଏହି i 20 କାର୍‌ । ଅନେକଥର କିଣାବିକା ହୋଇଛି ଦିଲ୍ଲୀରେ ବିସ୍ଫୋରଣ ହୋଇଥିବା କାର୍‌ । କାର୍‌ର ପ୍ରକୃତ ମାଲିକ କିଏ, ଏଯାଏ ଜଣାନାହିଁ । ସେପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ବିସ୍ଫୋରଣକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୋଦି। ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ଥିତି ଉପରେ ନଜର ରଖାଯାଇଥିବା ମୋଦୀ ଦେଶବାସୀଙ୍କୁ ଜଣାଇଛନ୍ତି ।

Comments are closed.