Latest Odisha News

BREAKING NEWS

ସଫେଇ କର୍ମଚାରୀ ସହଦେବ ନାୟକ ହତ୍ୟାକାଣ୍ଡ ମାମଲା: ଧରାପଡିଲା ମାଷ୍ଟରମାଇଣ୍ଡ ସୁଲେଇ ନାୟକ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବିଏମସି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ ହତ୍ୟା ଘଟଣାରେ ମାଷ୍ଟମାଇଣ୍ଡ ଗିରଫ । ଦୀର୍ଘ ୧୦ ମାସ ପରେ ଏହି ହତ୍ୟା ଘଟଣାର ମାଷ୍ଟମାଇଣ୍ଡ ସୁଲେଇ ନାୟକକୁ ବାନ୍ଧିଲା ମଞ୍ଚେଶ୍ବର ଥାନା ପୋଲିସ । ଏହାକୁ ମିଶାଇ ୭ରେ ପହଞ୍ଚିଛି ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା । ପୂର୍ବରୁ ସହଦେବ ନାୟକ ହତ୍ୟା ଘଟଣାରେ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

ସୂଚନାଯୋଗ୍ୟ, ସହଦେବ ନାୟକ କେଦାରପଲ୍ଲୀ ବସ୍ତିର ଥିବାବେଳେ, ସେ କିଛି ଦିନ ପୂର୍ବେ ପଳାଶୁଣୀର ଏକ ଭଡ଼ାଘରେ ରହୁଥିଲେ । ଜାନୁଆରୀ ତାରିଖ ସକାଳ ୮ଟା ବେଳେ ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ, ରସୁଲଗଡ଼ ରେଳ ଓଭରବ୍ରିଜ୍ ଉପରେ ଜଣେ ସ୍କୁଟିକୁ ଗୋଇଠା ମାରିବାରୁ ସହଦେବ ତଳେ ପଡି଼ଗଲେ । ୪ ଅଭିଯୁକ୍ତ ଗାଡ଼ିରୁ ଓହ୍ଲାଇ ତାଙ୍କୁ ଘେରିଯାଇଥିଲେ । ଲିପିକା ବ୍ୟାଗରେ ଆଣିଥିବା ଖଣ୍ଡାକୁ ଲକ୍ଷ୍ମୀଧରକୁ ଧରାଇଥିଲେ । ଲକ୍ଷ୍ମୀଧର ଖଣ୍ଡାରେ ତାଙ୍କ ବେକକୁ ଏକ ଶକ୍ତ ଚୋଟ ମାରିଥିଲେ । ଏଥିରେ ସହଦେବଙ୍କ ଦେହରୁ ମୁଣ୍ଡ ଅଲଗା ହୋଇଯାଇଥିଲା ।

ଏହା ପରେ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା ପରେ ଘଟଣାରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ନେଇ ହତ୍ୟା ଘଟଣାର ପୋଲିସ ସିନ୍ ରିକ୍ରିଏସନ କରିଥିଲା । ଏହାର କିଛି ଦିନ ମଧ୍ୟରେ ଫେବୃୟାରୀ ୧୬ ତାରିଖରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମହିଳା ରମା ନାଏକ ମଞ୍ଚେଶ୍ୱରେ ଥାନାରେ ଆତ୍ମସମର୍ପଣ କରିଥିଲା । ଆଜି ମାଷ୍ଟରମାଇଣ୍ଡ ସୁଲେଇ ନାୟକକୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ ।

 

Comments are closed.