କୋଟିଆ: କଳେବଳେ କୌଶଳେ କୋଟିଆର ନିରିହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି ପଡୋଶୀ ରାଜ୍ୟ । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମରେ ପଶିବାକୁ ଉଦ୍ୟମ ଚଳାଇଛନ୍ତି । ପୁଣି କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି ।
ଆଦିବାସୀ ଆନ୍ଦୋଳନ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ କୋଟିଆର ସୀମାନ୍ତ ଗ୍ରାମ ନେରେଡିୱାଲାସାର ସାପ୍ତାହିକ ହାଟରେ ଆଦିବାସୀ ମେଳା ଆୟୋଜନ କରଯାଇଛି । ସାଲୁର ଗିରିଜନା କୋପରେଟିଭ୍ କର୍ପୋରେସନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ହାଟରେ ଆନ୍ଧ୍ରର ଗୁଣବତ୍ତା ସାମଗ୍ରୀ ଗୁଡ଼ିକୁ କିଣିବାକୁ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।
ବିଭାଗୀୟ ଅଧିକାରୀ ମାନେ ଆଦିବାସୀ ସମବାୟ ସମିତି ଗୁଡ଼ିକର ଷ୍ଟଲ ସ୍ଥାପନ କରି ଆନ୍ଧ୍ରର ବିଭିନ୍ନ ସାମଗ୍ରୀ ବିକ୍ରି କରିଛନ୍ତି । ସେମାନେ ସ୍ଥାନୀୟ ବଜାରରେ ଦୋକାନଗୁଡ଼ିକୁ ମଧ୍ୟ ବୁଲି ସାମଗ୍ରୀ ଗୁଡ଼ିକୁ ମଧ୍ୟ ଯାଞ୍ଚ କରିଛନ୍ତି । ଯଦି କେହି ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦେଇଥିବା ନେଇ ଜଣାପଡିଛି ।
Comments are closed.