କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଏକ ବଡ ଖବର ସମ୍ମୁଖକୁ ଆସିଛି । ଉଦୀୟମାନ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ପ୍ରଥମ ଟେଷ୍ଟ ଟିମରୁ ରିଲିଜ କରି ଦିଆଯାଇଛି । ନଭେମ୍ବର ୧୩ରେ ରାଜକୋଟରେ ଭାରତ ଏ ଓ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ । ସେ ଏଥିରେ ଭାଗ ନେବେ । ଏହି ସିିରିଜ ପରେ ସେ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ପକ୍ଷରୁ ଖେଳିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ନୀତିଶଙ୍କ ସ୍ଥାନରେ ଯୁବ ୱିକେଟକିପର ଧ୍ରୁବ ଜୁରେଲ ପ୍ରଥମ ଟେଷ୍ଟର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଛି । ରିଷଭ ପନ୍ତ ଓ ଜୁରେଲ ଉଭୟ ପ୍ରଥମ ଟେଷ୍ଟରେ ଖେଳିବା ସମ୍ଭାବନା ଉଜ୍ଜୀବୀତ ହୋଇଛି । ନେଟ୍ସରେ ନୀତିଶ ଓ ଯଶପ୍ରୀତ ବୁମରାହଙ୍କୁ କଡା ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ।
ନୀତିଶ ନେଟ୍ସରୁ ସିଧାସଳଖ ରାଜକୋଟ ଅଭିମୁଖେ ଯାତ୍ରା କରିଥିଲେ । ନୀତିଶ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ୪ ଓଭର ବୋଲିଂ କରିଥିଲେ । ସେ ୱିକେଟ ପାଇ ନ ଥିଲେ ମଧ୍ୟ ୪୩ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ନୀତିଶଙ୍କୁ ଭାରତୀୟ ଦଳରେ ସ୍ଥାନ ପାଇବା ସମ୍ଭାବନା ଉଜ୍ଜୀବୀତ ରହିଛି ।
ଭାରତ ଏ ଟିମ: ତିଳକ ବର୍ମା (ଅଧିନାୟକ), ରିତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିୟାନ ପରାଗ, ଈଶାନ କିଶାନ, ଆୟୂଷ ବଡାନୀ, ନିଶାନ୍ତ ସିନ୍ଧୁ, ବିପ୍ରଜ ନିଗମ, ମାନବ ସୁଥାର, ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଖଲୀଲ ଅହମ୍ମଦ, ପ୍ରଭସିମ୍ରନ ସିଂ, ନୀତିଶ କୁମାର ରେଡ୍ଡୀ ।
Comments are closed.