Latest Odisha News

BREAKING NEWS

କର୍ମଚାରୀଙ୍କୁ ମାଡ଼ମାରି ବନ୍ଧୁକ ମୁନରେ ଟ୍ରାନ୍ସପୋର୍ଟ ଅଫିସ୍‌ରୁ ଲକ୍ଷାଧିକ ଲୁଟ୍

ସୁନ୍ଦରଗଡ:ଲହୁଣୀପଡା ଥାନା ବରସୁଆଁ ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍ । କର୍ମଚାରୀଙ୍କୁ ମାଡ଼ମାରି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ବଣାଇ ଉପଖଣ୍ଡ ଲହୁଣୀପଡା ଥାନାର ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ରେଳଷ୍ଟେସନ ସାଇଡିଂ ନିକଟ ର ଥିବା ଏକ ଟ୍ରାନ୍ସପୋର୍ଟ ଅଫିସରୁ ଗତକାଲି ବିଳମ୍ବିତ ରାତିରେ ସ୍କର୍ପିଓ ଗାଡିରେ ଆସି ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଲୁଟ କରି ଚମ୍ପଟ ମାରିଥିବା ଜଣାପଡିଛି  ।

ଖବରମୁତାବକ, ୫ରୁ ୬ ଜଣ ମୁଖାପିନ୍ଧା ଡକାୟତମାନେ ବନ୍ଧୁକ ମୁନରେ ବରସୁଆଁ ବଜରଙ୍ଗ ଅଗ୍ରୱାଲଙ୍କ ବିଏନଆର ଟ୍ରାନ୍ସପୋର୍ଟ କାର୍ଯ୍ୟଳୟରୁ ଲୁଟ କରିଛନ୍ତି। ଟ୍ରାନ୍ସପୋର୍ଟ କାର୍ଯ୍ୟଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ମାଡ ମାରିବା ପରେ ବନ୍ଧୁକ ମୁନରେ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିଛି।

ଲୁଟ୍ ନେଇ ଲହୁଣୀପଡ଼ା ଥାନାରେ ଏତଲା ଦେଇଛନ୍ତି ବିଏନଆର୍ କାର୍ଯ୍ୟାଳୟ ପ୍ରବନ୍ଧକ ।

Comments are closed.