ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ପୂରା ଦୋଶ ହାଇଆଲର୍ଟରେ ରହିଛି । ତଦନ୍ତରେ ଡା. ଉମର, ଯିଏ ଏହି ଘଟଣାରେ ଜଡ଼ିତ ବୋଲି କୁହାଯାଉଛି। ସେ କୌଣସି ସାଧାରଣ କଲେଜରୁ ନୁହେଁ ବରଂ ଏକ ସରକାରୀ ମେଡିକାଲ୍ କଲେଜରୁ ଏମ୍ବିବିଏସ୍ କରିଥିଲେ। ଏପରି ଜଣେ ବ୍ୟକ୍ତି ଯିଏ କେବେ ଲୋକଙ୍କ ଜୀବନ ବଞ୍ଚାଇବାର ଶପଥ ନେଇଥିଲେ, ସେ ଏବେ ମୃତ୍ୟୁର ସୌଦାଗର ହୋଇଗଲେ। ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ଡାକ୍ତର ହେବାର ସ୍ୱପ୍ନ ଦେଖନ୍ତି, କଠିନ ପରିଶ୍ରମରେ ମେଡିକାଲ୍ ଏଣ୍ଟ୍ରାନ୍ସ ପାସ୍ କରନ୍ତି ଏବଂ ସରକାରୀ କଲେଜରେ ପ୍ରବେଶ ପାଆନ୍ତି। ଆସନ୍ତୁ ଜାଣିବା ଡା. ଉମର କେଉଁ କଲେଜରୁ ପାଠ ପଢ଼ିଥିଲେ ।
ଡା. ଉମରଙ୍କ କାହାଣୀ ଆରମ୍ଭ ଜମ୍ମୁ-କଶ୍ମୀରରୁ
ଡା. ଉମରଙ୍କ କାହାଣୀ ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର କୋଇଲ୍ ଗ୍ରାମରୁ ଆରମ୍ଭ ହୋଇଛି। ତାଙ୍କର ଜନ୍ମ ୨୪ ଫେବୃଆରୀ ୧୯୮୯ରେ ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଉମର ଛୋଟବେଳୁ ହିଁ ପାଠ ପଢ଼ାରେ ଆଗରେ ଥିଲେ । ପରିବାର ତାଙ୍କଠାରୁ ବଡ଼ ଆଶା ରଖିଥିଲା ଯେ ଦିନେ ସେ ଏକ ବଡ଼ ଡାକ୍ତର ହେବେ ଏବଂ ତାହା ହିଁ ହେଲା, ନିଜ ପରିଶ୍ରମରେ ଏମ୍ବିବିଏସ୍ରେ ପ୍ରବେଶ ପାଇଲେ।
ଉମର ଶ୍ରୀନଗରର ଗଭର୍ଣ୍ଣମେଣ୍ଟ ମେଡିକାଲ୍ କଲେଜ (GMC)ରୁ ନିଜ ଏମ୍ବିବିଏସ୍ ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲେ। ଏହା କଶ୍ମୀର ଉପତ୍ୟକାର ସବୁଠାରୁ ପୁରୁଣା ଏବଂ ଶ୍ରେଷ୍ଠ ସରକାରୀ ମେଡିକାଲ୍ କଲେଜ, ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ଛାତ୍ର ମେରିଟ୍ ଆଧାରରେ ପ୍ରବେଶ ପାଇଁ ଚେଷ୍ଟା କରନ୍ତି। ପାଠପଢ଼ା ସମୟରେ ସେ ସର୍ବଦା ଭଲ ରହିଥିଲେ। ଇଣ୍ଟର୍ଣ୍ଣଶିପ୍ ସମୟରେ ଦିନରାତି ହସ୍ପିଟାଲ୍ରେ ରୋଗୀଙ୍କ ସେବାରେ ନିୟୋଜିତ ରହୁଥିଲେ।
ଶ୍ରୀନଗର ଗଭର୍ଣ୍ଣମେଣ୍ଟ ମେଡିକାଲ୍ କଲେଜ ନ୍ୟାସନାଲ୍ ମେଡିକାଲ୍ କମିଶନ୍ (NMC)ରୁ ମାନ୍ୟତା ପ୍ରାପ୍ତ । ସେଠାରୁ ପଢ଼ିଥିବା ଛାତ୍ରମାନେ ସମଗ୍ର ଦେଶରେ ଡାକ୍ତର ଭାବେ ନିୟଜିତ ଅଛନ୍ତି । ଉମର ମଧ୍ୟ ସେଠାରୁ ନିଜ ଡିଗ୍ରୀ ନେଇଥିଲେ ଏବଂ ରେଜିଡେଣ୍ଟ ଡାକ୍ତର ଭାବେ କାମ ଆରମ୍ଭ କରିଥିଲେ।
ଅନନ୍ତନାଗରୁ ଫରିଦାବାଦ ପର୍ଯ୍ୟନ୍ତ
ଡା. ଉମର ଅନନ୍ତନାଗର GMCରେ ରେଜିଡେଣ୍ଟ ଡାକ୍ତର ଭାବେ ମଧ୍ୟ କାମ କରିଥିଲେ। କିଛି ବର୍ଷ ଧରି ସେ ସେଠାରେ ସେବା ଦେଇଥିଲେ। ଏବେ କିଛି ବର୍ଷ ପୂର୍ବେ ସେ ନିଜ ପରିବାର ସହିତ ଫରିଦାବାଦକୁ ସ୍ଥାନାନ୍ତରିତ ହୋଇଥିଲେ ଏବଂ ଏକ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରୋଫେସର ଭାବେ ପଢ଼ାଇବା ଆରମ୍ଭ କରିଥିଲେ।
BREAKING NEWS
- ଆଇଟିଆର୍ (ITR) ଦାଖଲ ପୂର୍ବରୁ ସାବଧାନ !
- Weather Update : ଆସନ୍ତା ୭ ଦିନ ଏସବୁ ରାଜ୍ୟରେ ପ୍ରବଳ ବର୍ଷା
- ୫୧ ବର୍ଷରେ ଶିଳ୍ପା ଶେଟ୍ଟୀ
- ରାଜଧାନୀରେ ଚାଞ୍ଚଲ୍ୟ: ହଷ୍ଟେଲରୁ ଡାକି ନେଇ ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ
- ନେପାଳ ସୀମାରୁ ଧରାପଡିଲେ ଟିଏମସି ନେତା ଜାହାଙ୍ଗୀର ଖାନ୍: ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ
- ବଡ଼ ପରଦାକୁ ଫେରୁଛନ୍ତି ପ୍ରୀତି ଜିଣ୍ଟା
- ଜରୁରୀ ଅବତରଣ ବେଳେ ଜଳିଗଲା ବିମାନ, ୨ ପାଇଲଟ ମୃତ
- ସମ୍ବଲପୁରରେ ଡବଲ ମର୍ଡର: ଗିରିପାଲି ଗାଁରେ ମା’ ଓ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା
- ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା: ତଦନ୍ତ ପରିସରକୁ ଆସିଲେ ସୌମ୍ୟଙ୍କ ବାନ୍ଧବୀ, କ୍ରାଇମବ୍ରାଞ୍ଚ ହାତରେ ଆଉ ଏକ ଡାଏରୀ
- ଇଣ୍ଡି ମେଣ୍ଟକୁ ମହାଝଟକା: TVK ଇନ୍, DMK-AAP ଆଉଟ; ଜାଣନ୍ତୁ ବୈଠକ କେଉଁ ଦଳ ହେବେ ସାମିଲ
Comments are closed.