ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତାରେ ନିୟୋଜିତ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି।
ଅଭିଯୁକ୍ତ ଅଧିକାରୀ ଜଣକ ସୋମନାଥ ପଲେଇ ବୋଲି ଚିହ୍ନଟ ହୋଇଛନ୍ତି। ପାରିବାରିକ ବିବାଦ ମାମଲାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତି ବଦଳରେ ୪,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।
ଲାଞ୍ଚ ରାଶି ନ ଦେଲେ ତାଙ୍କୁ ଗିରଫ କରିବାକୁ ଧମକ ମଧ୍ୟ ଦେଇଥିଲେ। ଯାହାପରେ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। ଅଭିଯୋଗ ଆଧାରରେ ବାଲିଅନ୍ତା ଥାନାରେ ଅଭିଯୋଗକାରୀଙ୍କଠାରୁ ୪,୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଧରିଥିଲା। ଅଭିଯୁକ୍ତଙ୍କ କବଜାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।
ତେବେ ତାଙ୍କ ପାଖରେ ଆୟର୍ବହିଭୁତ ସମ୍ପତି ଅଛି କି ନାହିଁ ସେନେଇ ଯାଞ୍ଚ କରିବା ଲାଗି ତିନୋଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ଏନେଇ ଏକ ମାମଲା ପଞ୍ଜିକୃତ ହେବା ସହ ତଦନ୍ତ ଜାରି ରହିଛି।
Comments are closed.