Latest Odisha News

BREAKING NEWS

Iskcon Rathayatra:ପୁଣି ଇସ୍କନର ମନମାନି…ବିଦେଶରେ କରିବ ଅଦିନିଆ ରଥଯାତ୍ରା

ଭୁବନେଶ୍ବର:ପୁଣି ଇସ୍କନର ମନମାନି । ୨୩ରେ ବିଦେଶରେ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ତାଇୱାନର ଡିମେଣ୍ଡିଙ୍ଗ ଏମଆରଟି ଏକ୍‌ଜିଟ୍-୬ରେ ଆସନ୍ତା ୨୩ ତାରିଖରେ ହେବ ଆୟୋଜନ। ରଥଯାତ୍ରାରେ ସାମିଲ ହେବାକୁ ଇସ୍କନ ଅନୁଗାମୀ, ଜଗନ୍ନାଥ ପ୍ରେମୀଙ୍କୁ ଯୋଗ ଦେବା ପାଇଁ ଅନ୍‌ଲାଇନରେ ଦେଲା ସୂଚନା ।

ତେବେ ଏହି ଘଟଣାକୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ଇସ୍କନ ବାରମ୍ବାର ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଗଜପତି ମହାରାଜ ମଧ୍ୟ ଇସ୍କନକୁ ତାଗିଦ୍ କରିଛନ୍ତି। ଜଗଦ୍‌ଗରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ମଧ୍ୟ ଏହାର ଦୃଢ଼ ବିରୋଧ କରୁଛନ୍ତି । ତଥାପି ଅମାନିଆ ଇସ୍କନ ବିଦେଶରେ ଅଦିନିଆ ରଥଯାତ୍ରା କରୁଛି।

 

Comments are closed.