ଭୁବନେଶ୍ୱର: ଶୁକ୍ରାବର ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍ଘାଟନ କରିବେ । ଭାରତ ମଣ୍ଡପମ୍ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ ଯୋଗଦେଇ ନିଜର ଅବଦାନ ରଖିବା ସହ ରାଜ୍ୟର ଐତିହ୍ୟ, କଳା, ପରମ୍ପରା, ସଂସ୍କୃତିର ପ୍ରଦର୍ଶନ ଜାରି ରଖିଛି ।
ସେହିଭଳି ଆସନ୍ତା ୧୫ ତାରିଖରେ ସେ ଦିନିକିଆ ବେଙ୍ଗାଲୁରୁ ଗସ୍ତରେ ଯିବେ । ଏହି ଗସ୍ତରେ ସେ ଓଡ଼ିଶା ପର୍ଯ୍ୟଟନ ଦ୍ୱାରା ଆୟୋଜିତ ହେଉଥିବା ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଗସ୍ତ କାରଣରୁ ସରକାରୀ ବାସଭବନଠାରେ ହେଉଥିବା ଅଭିଯୋଗ ଶୁଣାଣି ବନ୍ଦରହିବ ବାଲି ତାଙ୍କ କାର୍ଯ୍ୟାଳୟରୁ ଜଣାପଡିଛି ।
Comments are closed.