ନୂଆଦିଲ୍ଲୀ : ବିହାରରେ ଆରଜେଡିର ଯେଉଁ ଶୋଚନୀୟ ପରାଜୟ ହୋଇଛି, ସେଥିରୁ କ’ଣ ଶିଖିଲେ ଲାଲୁ ଯାଦବ ଏବଂ ତେଜସ୍ବୀ ଯାଦବ । ଯେଉଁ MY ସମୀକରଣକୁ ନେଇ ଏଯାଏ ଲାଲୁ ଏବଂ ତାଙ୍କ ପୁଅ ଛାତି ପିଟୁଥିଲେ, ସେହି ମୁସଲିମ ଓ ଯାଦବ ବର୍ଗର ଭୋଟ୍ ଲାଲୁ ପରିବାରର ହାତ ଛାଡ଼ି ଦେଇଛନ୍ତି । ସେପଟେ ଏନ୍ଡିଏ ମହାଗଠବନ୍ଧନର ଭୋଟ୍ କାଟିବାରେ ହାସଲ କରିଛି ବଡ଼ ସଫଳତା…
ବିହାରର ପ୍ରତ୍ୟେକ ଅଞ୍ଚଳରେ ଏଥର ଏନ୍ଡିଏ ଜଲୱା ଦେଖାଇଛି । ସେ ସୀମାଞ୍ଚଳ ହେଉ କି ମିଥିଳାଞ୍ଚଳ ଅବା ମଗଧ… ସବୁଠି କେବଳ ଏନ୍ଡିଏ ହିଁ ଏନ୍ଡିଏ ନଜର ଆସିଛି । ପ୍ରତ୍ୟେକ ଅଞ୍ଚଳରେ ଏନ୍ଡିଏକୁ ୬ରୁ ୧୫ଟି ଆସନର ଫାଇଦା ମିଳିଛି । ଅନ୍ୟପଟେ ମହାଗଠବନ୍ଧନରେ ସାମିଲ ଦଳଗୁଡ଼ିକର ପ୍ରଦର୍ଶନ ଶୋଚନୀୟ ରହିଛି…ତେବେ ଏତେ ବଡ଼ ନିର୍ବାଚନ ଓ ଏନ୍ଡିଏର ବମ୍ପର ବିଜୟ କ’ଣ ଶିକ୍ଷା ଦେଇଛି? ଆରଜେଡି ପାଇଁ ଏହି ନିର୍ବାଚନ ବଡ଼ ଶିକ୍ଷା ଦେଇଛି । ମୁସଲିମ ଓ ଯାଦବ ବ୍ୟତୀତ ଆରଜେଡିକୁ ଅନ୍ୟ କେହି ଭୋଟ୍ କରୁନାହାନ୍ତି । ତେବେ କ’ଣ ଦଳ ଏହି ଇମେଜକୁ ବଦଳାଇବା ପାଇଁ ପ୍ରୟାସ କରିଛି… ଏହାର ଉତ୍ତର ହେଉଛି ନା…ସବୁଠୁ ବଡ଼ ସମସ୍ୟା ଲାଲୁ ଯାଦବଙ୍କ ରହିଛି । ସମୟ ଅନୁସାରେ ଲାଲୁ ନିଜର ରାଜନୈତିକ ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ପାରିଲେ ନାହିଁ, କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗକୁ ସନ୍ତୁଷ୍ଟ କରିବାରେ ଆରଜେଡି ଲାଗିଲା…ତେଣୁ, ଅନ୍ୟ ବର୍ଗର ଭୋଟ୍ ପାଇବାରେ ବିଫଳ ହେଲା ।
ଅନ୍ୟପଟେ ନୀତୀଶ କୁମାରଙ୍କ ପାଖରୁ ଶିଖିବା ଉଚିତ୍ । ତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ନେଇ ଏଥର ତମାମ ନିର୍ବାଚନରେ ବିରୋଧୀ ବଡ଼ ପ୍ରସଙ୍ଗ କରିଥିଲେ । ହେଲେ ପ୍ରତି ଥର ନୀତୀଶ ନିଜକୁ କୋର୍ସ କରେକ୍ସନ୍ କରିଥିଲେ ଏବଂ ମଜଭୁତ ହୋଇ ଆସିଲେ । ୨୦୨୪ ପରେ ବିଜେପି ମଧ୍ୟ ଗୋଟିକ ପରେ ଗୋଟିଏ କୋର୍ସ କରେକ୍ସନ୍ କରୁଛି…ତମାମ ଦୁର୍ବଳ ଦିଗ ଉପରେ କାମ କରିଛି, କିନ୍ତୁ କଂଗ୍ରେସ ଏଥର ବି ନିଜକୁ ଅତ୍ୟନ୍ତ ସୀମିତ ଭିତରେ ରଖିଲା । ବିହାର ନିର୍ବାଚନ ଗ୍ରାଣ୍ଡ ଓଲ୍ଡ ପାର୍ଟି ପାଇଁ ଏକ ବଡ଼ ପ୍ଲାଟଫର୍ମ ଥିଲା…ଏଠାରୁ ଦଳ କମ୍ବ୍ୟାକ୍ କରିବାର ସୁଯୋଗ ପାଇଥିଲା, ହେଲେ ଲୋକଙ୍କ ଆସ୍ଥାଭାଜନ ପରିବର୍ତ୍ତେ କଂଗ୍ରେସ ନିଜକୁ ଆହୁରି ପଛକୁ ଠେଲିଦେଲା ।
ତେବେ ଯେବେଠାରୁ ଦେଢ଼ କୋଟି ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିଲା, ସେବେଠାରୁ ନିର୍ବାଚନକୁ ନିଜ ପକ୍ଷକୁ ନେଇ ସାରିଥିଲା ଏନ୍ଡିଏ…ମୋଦି ଓ ଶାହଙ୍କ ଇଲେକ୍ସନ୍ ଇଞ୍ଜିନିୟରିଂ ଓ ନୀତୀଶ କୁମାରଙ୍କ ସାଇଲେଣ୍ଟ ଷ୍ଟ୍ରାଟେଜି, ଏନ୍ଡିଏକୁ ବିପୁଳ ବିଜୟ ଦେଇଛି, ଏଥିରେ ଆଦୌ ସନ୍ଦେହ ନାହିଁ ।
BREAKING NEWS
- ଡ୍ରାଭିଡଙ୍କ ଏହି ରେକର୍ଡ ଏବେ ବି ରହିଛି ଅତୁଟ
- ଘରୋଇ ପରିବେଶରେ ବିଶ୍ୱକପ ଜିିତି ଅବସର ନେବାକୁ ଚାହାନ୍ତି ମିଲର
- ୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ; ପାସ୍ ହାର ୬୩.୬୪%
- କ୍ୟାବିନେଟରେ ହେବ ବନ୍ୟା କ୍ଷୟକ୍ଷତି ଆଲୋଚନା, ପ୍ରଭାବିତଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ୍
- ଟେବୁଲ ଟେନିସ ମହାସଂଘର ମାନ୍ୟତା ରଦ୍ଦ କଲା କ୍ରୀଡ଼ା ମନ୍ତ୍ରଣାଳୟ
- ଅବପାତର ରୂପ ନେବ ଲଘୁଚାପ, ଓଡ଼ିଶାରେ ପୁଣି ବଡ଼ ବର୍ଷା ସମ୍ଭାବନା
- ଆଇସିସି ର୍ୟାଙ୍କିଙ୍ଗ: ଶୀର୍ଷରେ ବୁମରାହ, ଜାଡେଜା, ଗିଲ
- Family dispute:କାଠଫାଳିଆରେ ସ୍ୱାମୀକୁ ପିଟିପିଟି ହତ୍ୟା କଲା ସ୍ତ୍ରୀ !
- ସମୁଦ୍ରରେ ଭାରତର ନୂଆ ଶକ୍ତି: ନୌସେନା କିଣିବ ଘାତକ ଅସ୍ତ୍ର କାମିକାଜେ ଡ୍ରୋନ୍

Comments are closed.