ପାରାଦ୍ଵୀପ: ଗୁରୁବାର ବିଳମ୍ବିତ ରାତିରେ ପାରାଦ୍ଵୀପ ବୃନ୍ଦାବନ କଲୋନୀ ଗୋପାଳଜୀୟୁ ଶିବ ମନ୍ଦିରରୁ ଚୋରି ଅଭିଯୋଗ ରହିଛି । ଦୁବୃର୍ତ୍ତମାନେ ମନ୍ଦିରର ତିନୋଟି ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କରିବା ସହ ୮ ଟି ବଡ଼ ରୂପା ମୁକୁଟ, ରୂପାର ୪ ଟି ଛୋଟ ମୁକୁଟ, ହାର ଓ ସୁନା ଗହଣା ନେଇ ଫେରାର ହୋଇଯାଇଛନ୍ତି ।
ତେବେ ଶୁକ୍ରବାର ସକାଳେ ପୂଜାରୀ ଆସି ଦେଖିଥିଲେ ଓ ଏହାପରେ ସଙ୍ଗେ ସଙ୍ଗେ କମିଟି ପକ୍ଷରୁ ପାରାଦ୍ଵୀପ ଆଦର୍ଶ ଥାନାରେ ଏତଲା ଦିଆଯାଇଛି ।
ତେବେ ଚୋରୀ ଗହଣା ଓ ପିତ୍ତଳ ବାସନର ମୂଲ୍ୟ ପାଖାପାଖି ୮ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ସୂଚନାଥାଉକି, ପାରାଦ୍ଵୀପର ଏହି ଶିବ ମନ୍ଦିର ସର୍ବ ପୁରାତନ ଏବଂ ଏଠାକୁ ବହୁ ଦୂରରୁ ଲୋକମାନେ ଦର୍ଶନ ଓ ପୂଜା ପାଠ କରିବା ପାଇଁ ଆସିଥାନ୍ତି ।
Comments are closed.