ଭୁବନେଶ୍ୱର: ସାମ୍ନାକୁ ଆସିଲା ଓଲିଉଡ ଫିଲ୍ମ ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍ । ‘ରକ୍ତ ଗୋଲାପ ‘ର କାହାଣୀରେ ପ୍ରେମ, ରହସ୍ୟ ଓ ନାଟକୀୟତା ଭରି ରହିଥିବା ବେଳେ ଏହି ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ । ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ ସିଂ । ମୁଖ୍ୟ ଭୂମିକାରେ ନଜର ଆସିବେ ଏଲିନା ସାମନ୍ତରାୟ । ଏଲିନାଙ୍କ ବ୍ୟତୀତ ଅଭିଷେକ ଗିରି, ସମରେଶ ରାଉତରାୟ, ଚୌଧୁରୀ ଜୟପ୍ରକାଶ ଦାସ, ହର ରଥ ଓ ଉଦିତ ଗୁରୁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।
‘ରକ୍ତ ଗୋଲାପ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ପ୍ରଧାନ । ଚିତ୍ରନାଟ୍ୟ ତଥା ସଂଳାପ ରଚନା କରିଛନ୍ତି ଅମିତ କୁମାର ଦାସ ଓ ଅନିଲ ବାରିକ । କ୍ୟାମେରା ପରିଚାଳନା କରିଛନ୍ତି ଯୁଧିଷ୍ଠିର ବେହେରା । ସମ୍ପାଦନାରେ ଅଛନ୍ତି ଅଙ୍କିତ ବିଦ୍ୟାଧର । ଶବ୍ଦସଜାରେ ଶକ୍ତି ସ୍ୱରୂପ ଦ୍ବିବେଦୀ ଥିବା ବେଳେ କଳା ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମହାନ୍ତି ।
ପ୍ରେମ ଓ ତ୍ୟାଗର ମହନୀୟତା ସାଥିରେ ନ୍ୟାୟିକ ଲଢେଇ ଉପରେ ପର୍ଯ୍ୟବସିତ ଏହାର କାହାଣୀ । ଜଣେ ନାରୀ କିଭଳି ନିଜ ପରିବାରର ସୁରକ୍ଷା ପାଇଁ ଏକ ବଡ ଆହ୍ୱାନକୁ ଗ୍ରହଣ କରିନିଏ ଏଥିରେ ତାର ନିଛକ ଅବତାରଣା ରହିଛି ।
Comments are closed.