ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟିର ଦୁଇ ଦୁର୍ଦାନ୍ତ ମାଓ ନେତା ସମେତ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀମାନେ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ଆତ୍ମସମର୍ପଣ କରିଥିବା ଦୁଇ ଜଣ ଦୁର୍ଦାନ୍ତ ନକ୍ସଲ ମଧ୍ୟରୁ ଜଣେ ହେଲେ ବିକେଏସଆର ଡିଭିଜନ କମିଟିର ସଦସ୍ୟ କୋୟାଦ୍ଦି ସଂବୟା ଓରଫ ଆଜାଦ୍ ଏବଂ ଅନ୍ୟ ଜଣେ ହେଲେ ମାଓ ସଂଗଠନର ଟେକନିକ ଟିମର ସଦସ୍ୟ ଆବ୍ବାସ ନାରାୟଣ ଓରଫ ରମେଶ ।
ଏହି ଦୁଇ ନକ୍ସଲ ଗତ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମାଓ ସଂଗଠନରେ କାମ କରୁଥିଲେ । ତେଲେଙ୍ଗାନା ଏରିଆ କମିଟିରେ ଆଜାଦର ମଧ୍ୟ ଦବଦବା ରହିଥିଲା । ଆଜାଦ ଉପରେ ସରକାର ୪୦ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ ।
ସେହିପରି ରମେଶ ନାମରେ ୨୦ ଲକ୍ଷ ଟଙ୍କା ପୁରସ୍କାର ରହିଥିବା ଜଣାପଡ଼ିଛି । ଏହି ଦୁଇ ମାଓବାଦୀଙ୍କର ଆତ୍ମସମର୍ପଣ ତେଲେଙ୍ଗାନା ଏବଂ ଛତିଶଗଡ ସୀମାରେ ରହିଥିବା ନକ୍ସଲଙ୍କ ପ୍ରଭାବିତ କରିବ ବୋଲି କୁହାଯାଇଛି ।
Comments are closed.