ଯୋଧପୁର: ରାଜସ୍ତାନ ଯୋଧପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଚାଲିଗଲା ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଏଥିରେ ୧୪ ଜଣ ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି ।
ଟେମ୍ପୋରେ ପ୍ରାୟ ୨୦ ଜଣ ଭକ୍ତ ଥିଲେ । ସମସ୍ତ ମୃତକ ଏବଂ ଆହତମାନେ ଗୁଜରାଟର ବନାସକାଣ୍ଠା ଏବଂ ଧନସୁରା ଅଞ୍ଚଳର ବାସିନ୍ଦା । ସେମାନେ ତୀର୍ଥଯାତ୍ରା ପାଇଁ ରାମଦେବରାକୁ ଯାଉଥିଲେ । ଏହି ସମୟରେ ଜାତୀୟ ରାଜପଥ ୧୨୫ ର ବାଲେସର ନିକଟସ୍ଥ ଖାରି ବେରି ଗାଁ ନିକଟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଏବଂ ଟ୍ରେଲର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା ।
ଟ୍ରେଲର ଦ୍ରୁତ ଗତିରେ ଆସୁଥିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ସେହି କାରଣରୁ ଏପରି ଅଘଟଣ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଟ୍ରେଲର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
Comments are closed.