Latest Odisha News

BREAKING NEWS

ଖଟଲାପଦର ବ୍ରିଜରେ ଟଙ୍କା ଲୁଟ ମାମଲା, ୭ ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଖଟଲାପଦର ବ୍ରିଜ ନିକଟରେ ଲୁଟ ମାମଲାରେ ୭ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କୁନ୍ଦାରିଗୁଡାର ଅରୁଣ ମୁଦୁଲି (୨୬), ଗଡପଦର ଗ୍ରାମ ହରିଜନ ସାହିର ସାନ ହରିଜନ (୨୪), ନନ୍ଦପୁରର ଗଞ୍ଜେଇ ପଦର ଗ୍ରାମର ଅନିଲ ଖୋସଲା (୧୯), ବୁଟୁ ଗୁଡା ଗ୍ରାମର ଭୁବନ ହରିଜନ (୨୨), ବାଲିଆର ଆଜୟ ହରିଜନ (୩୧), ନିଳାଗୁଡାର ରମାକାନ୍ତ ହରିଜନ (୨୨) ଖ୍ର୍ରିଷ୍ଟିଆନ ସାହିର ସୁମିତ ସାହିଲ ନାୟକ (୨୩)।

ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୮୦ ହଜାର ଟଙ୍କା ୪ଟି ମୋବାଇଲ ୨ଟି ଖଣ୍ଡା, ୫ଟି ବାଇକ ଜବତ କରିଛି ପୋଲିସ। ସୂଚନା ଅନୁଯାଇ ଗତ ୨୯.୧୦.‌୨୫ ତାରିଖରେ କୋଟପାଡର ଦେବାଶିଷ ପଟ୍ଟନାୟକ କୁନ୍ଦୁରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। କୁ୍‌ନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ବ୍ରିଜ ଉପରେ ଟଙ୍କା ଲୁଟ ହୋଇଥିଲା। ବ୍ୟବସାୟୀ ଦେବାଶିଷ ପଟ୍ଟନାୟକ ଓ ତାଙ୍କ ସାଥିଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ୮ ଜଣ ମୁଖାଧାରି ଦୁର୍ବୁତ୍ତ ବାଇକରେ ଆସି ରାସ୍ତା ମଝିରେ କାରକୁ ଅଟକାଇ ବିଭିନ୍ନ ପ୍ରକାର ମାରାଣାସ୍ତ୍ର ଦେଖାଇ କାରରେ ଥିବା ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗକୁ ଭିତ୍ତି କରି ପୋଲିସ ୧୩୪/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡକାୟତିର ଲାଇଫ ଭିଡିଓ ଜଣେ ପ୍ରତ୍ୟକ୍ଷଦର୍ଶୀ ଉତ୍ତୋଳନ କରିଥିଲେ। ଯାହାକି ପରବର୍ତ୍ତି ସମୟରେ ଭାଇରାଲ ହୋଇଥିଲା। ସେହି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସାମ୍ବାଦିକ ସମ୍ମିଳନିରେ ଏସଡିପିଓ ପାର୍ଥ କଶ୍ୟପ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ, କୁନ୍ଦୁରା ଥାନା ଅଧିକାର ଅଶ୍ୱିନ ପଟ୍ଟନାୟକ ଉପସ୍ଥିତ ଥିଲେ।

 

Comments are closed.