Latest Odisha News

BREAKING NEWS

Delhi Blast: ଦିଲ୍ଲୀ ବିସ୍ଫାରଣରେ ବାଂଲାଦେଶର ଲିଙ୍କ! ହାଇ ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ରହିଛି ବାଂଲାଦେଶର ଲିଙ୍କ । ତଦନ୍ତକାରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ଶେଷ ସପ୍ତାହରେ ଢାକାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହିଁ ଭାରତରେ ବିସ୍ଫୋରଣ ଘଟାଇବାକୁ ଚୂଡାନ୍ତ ଯୋଜନା କରାଯାଇଥିଲା ।

ଏହି ବୈଠକରେ ଆତଙ୍କବାଦୀ ସୈଫୁଲ୍ଲା ସୈଫ୍, ନିଷିଦ୍ଧ ହିଜବ୍-ଉଲ-ତହରୀରର ଢାକା ମୁଖ୍ୟ ଜୁବେର ଅହମ୍ମଦ, ସୈଫଙ୍କ ଘନିଷ୍ଠ ସହଯୋଗୀ ତଥା ମରକଜୀ ଜମିୟତ-ଅହଲ-ଏ-ହଦୀସର ସାଧାରଣ ସମ୍ପାଦକ ଇବତିସାମ ଇଲାହୀ ଜାହିର, ହାଫିଜ ଶୁଜାଦୁଲ୍ଲା ଏବଂ ହାଫିଜ ଅଲୀ ଫଜୁଲଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ସାମିଲ ଥିଲେ । ଢାକାରେ ବସିଥିବା ଏହି ବୈଠକର କିଛି ସଦସ୍ୟ ପଶ୍ଚିମବଙ୍ଗ ଦେଇ ଭାରତରେ ପ୍ରବେଶ କରିଥିଲେ ।

ଅନ୍ୟପଟେ, ଏହି ବିସ୍ଫୋରଣରେ ପାକିସ୍ତାନର କୌଣସି ଲିଙ୍କ ଅଛି କି ନାହିଁ ସେନେଇ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ନିକଟରେ, ପାକିସ୍ତାନରେ ଚାଲିଥିବା ଏକ ରାଲିରେ ସୈଫୁଲ୍ଲା ସୈଫ ଏକ ଭିଡିଓ କହିଥିଲାଯେ, ଲସ୍କର-ଏ-ତୈବା ସଦସ୍ୟମାନେ ବାଂଲାଦେଶରେ ସକ୍ରିୟ ଅଛନ୍ତି ଏବଂ ଭାରତରେ ଆକ୍ରମଣ ଯୋଜନା କରୁଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ହାଇଆଲର୍ଟରେ ରହିଛନ୍ତି ସୁରକ୍ଷା ଏଜେନ୍ସି ।

Comments are closed.