ଭୁବନେଶ୍ବର: ସମଗ୍ର ରାଜ୍ୟରେ ଏବେ ଶୀତର ପ୍ରକୋପ ଜାରି ରହିଛି । ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ତେବେ ବୁଧବାରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ କମିବ, କିନ୍ତୁ ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତ ଅନୁଭୂତ ହେବ । ମଙ୍ଗଳବାର ରାତିରୁ ତାପମାତ୍ରା ବଢ଼ିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ସେପଟେ, ଭୁବନେଶ୍ବରରେ ୨୫ବର୍ଷର ସବୁଠାରୁ ଥଣ୍ଡା ରାତି ପାଲଟିଛି । ଗତ ୨୪ ଘଣ୍ଟାରେ ରାଜଧାନୀରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ ହୋଇଛି । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ଏତେ କମ ତାପମାତ୍ରା କେବେ ବି ରେକର୍ଡ ହୋଇନଥିବା ବେଳେ ଗତ ୨୪ ଘଣ୍ଟାରେ ସବୁଠାରୁ ଥଣ୍ଡା ରାତି ବୋଲି କହିଛି ପାଣିପାଗ ବିଭାଗ ।
ସେପଟେ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ବି ତାପମାତ୍ରା ଖସିଛି I ଗତ ୨୪ ଘଣ୍ଟାରେ ଝାରସୁଗୁଡା ୯.୮ ଡିଗ୍ରୀ, ରାଉରକେଲା ୧୦ ଡିଗ୍ରୀ, କେନ୍ଦୁଝର ୧୧ ଡିଗ୍ରୀ, ସମ୍ବଲପୁର ୧୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଚାନ୍ଦବାଲି ଓ ହୀରାକୁଦ ୧୫ ଡିଗ୍ରୀ, ପାରାଦୀପ ୧୫.୨, ଗୋପାଳପୁର ୧୫.୬, ବାଲେଶ୍ୱର ୧୫.୭ ଓ ପୁରୀ ୧୭.୫ ଡିଗ୍ରୀ ରେକର୍ଡ ହୋଇଛି ।
Comments are closed.