Latest Odisha News

BREAKING NEWS

Jawan Arrested: ପ୍ରେମ ପ୍ରତାରଣା ଅଭିଯୋଗରେ ଏୟାରଫୋର୍ସ ଯବାନ ଗିରଫ

ଭୁବନେଶ୍ବର: ଯୁବତୀଙ୍କ ସହ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗରେ ଏୟାର ଫୋର୍ସର ଜଣେ ଯବାନ ଗିରଫ । ଗିରଫ ଅଭିଯୁକ୍ତ ଯବାନ ଜଣକ ନୟାଗଡ ଇଟାମାଟି ଅଞ୍ଚଳର ଗୋଲକ ବିହାରୀ ଦୀକ୍ଷିତ ଓରଫ ଗୋପାଳ ବୋଲି ଜଣାପଡିଛି । ଗୋଲକ ବିହାରୀଙ୍କୁ ବଡଗଡ ଥାନା ପୋଲିସ ଭୁବନେଶ୍ଵର ମାର୍କେଟ୍ ବିଲ୍ଡିଂ ଅଞ୍ଚଳରୁ ଗିରଫ କରିଛି ।

ଅଭିଯୁକ୍ତ ଜଣକ ଲଦାଖରେ ଏୟାରଫୋର୍ସର ଗ୍ରାଉଣ୍ଡ ଷ୍ଟାଫ ଭାବେ କାମ କରେ । ୧୫ ଦିନ ତଳେ ପୀଡିତା ଏ ନେଇ ଥାନାରେ ଅଭିଯୋଗ କରିଥିଲେ । କାଲି ଲଦାଖ ଯିବାକୁ ପ୍ଲାନ କରୁଥିବା ବେଳେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ଅଭିଯୋଗ ହେଉଛି ଯେ, ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଅଭିଯୋଗକାରିଣୀଙ୍କ ସହ ଗୋଲକଙ୍କର ପ୍ରେମ ସମ୍ପର୍କଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା । ପରେ ଗୋଲକ ବିହାରୀ ପ୍ରତାରିତ କରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୋଲିସ ଯୁବକକୁ ଗିରଫ କରିଛି ।

Comments are closed.