ଭୁବନେଶ୍ବର: ଦ୍ଵିତୀୟ ଦିନରେ ସାଲିଆ ସାହିରେ ବୁଲିଲା ବୁଲଡୋଜର । ଦୁଇ ଦିନରେ ମାଟିରେ ମିଶିଲା ୨୦୦ରୁ ଅଧିକ ଘର । ବିଏମସି, ବିଡିଏ, ଟିପିସିଓଡିଏଲ, ଫାୟାରା, ପିଡବ୍ଳୁଡି ସେମତ ଲାଇନ ଡିପାର୍ଟେମେଣ୍ଟକୁ ନେଇ ୫ଟି ଟିମ୍ ଗଠନ ହୋଇଛି । ୫୫୪ଟି ଘର ଭାଙ୍ଗିବା ଲାଗି ଚିହ୍ନଟ କରିଛି ବିଏମସି ।
ଆସନ୍ତା ୭ ଦିନ ପଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ପୋଲିସ କହିଛି । ସାଇମନ୍ଦିରରୁ ଏକାମ୍ରକାନନ ପର୍ଯ୍ୟନ୍ତ ୧୩ କିଲୋମିଟର ଦୁଇଶହ ଫୁଟିଆ ରାସ୍ତା ନିର୍ମାଣ ନେଇ ଯୋଜନା ହୋଇଥିଲା । ସାଲିଆସାହି ରାସ୍ତା ଦେଇ ୧ କିଲୋମିଟର ଉଛେଦ ବାକି ରହିଥିଲା । ସାଲିଆସାହି ଭିତରେ ଏକ କିଲୋମିଟର ରାସ୍ତା ଉଚ୍ଛେଦ ହୋଇଗଲେ ଯୋଗଯୋଗର ବାଟ ଫିଟିବା ସହିତ ଟ୍ରାଫିକ ଯନ୍ତ୍ରାଣ କମିବ ବୋଲି ପ୍ରଶାସନ ସୂଚନା ଦେଇଛି ।
ଅନ୍ୟପଟେ, ୧୫୦ ଜଣଙ୍କୁ ବୁଦ୍ଧ ବିହାରରେ ଥିବା ଆପାର୍ଟେମେଣ୍ଟରେ ଥଇଥାନ କରିଛି ବିଏମସି । ପୋଲିସ ଓ ବିଏମସିର କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଯେଉଁ ବସ୍ତିବାସିନ୍ଦାଙ୍କ ସନ୍ଦେହ ହେଉଛି । ସିଧା ସଳଖ କଣ୍ଟ୍ରୋଲର ରୁମ ନିକଟକୁ ଯାଇ ଯୋଗଯୋଗ କରିବାକୁ ବିଏମସି ଅପିଲ କରିଛି ।
Comments are closed.