ଗୌହାଟୀ: ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହେବା ପରେ ଟିମ ଇଣ୍ଡିଆକୁ ସମାଲୋଚନା ପିଛା ଛାଡୁନି । କୋଚ ଗୌତମ ଗମ୍ଭୀର ବିଶେଷ ଭାବେ ଟାର୍ଗେଟରେ ରହିଛନ୍ତି । ଗୌହାଟୀ ଟେଷ୍ଟ ପୂର୍ବରୁ ବ୍ୟାଟିଂ କୋଚ ସୀତାଂଶୁ କୋଟାକ ଗମ୍ଭୀରଙ୍କ ସମର୍ଥନରେ ବାହାରିବାକୁ ଯାଇ ଖେଳାଳିଙ୍କ ଉପରେ ଦୋଷ ଲଦି ଦେଇଛନ୍ତି । ସମସ୍ତେ ଏବେ ଗୌତମ ଗମ୍ଭୀର…ଗମ୍ଭୀର କହୁଛନ୍ତି । ମୋତେ ଏହା ଖରାପ ଲାଗୁଛି । ମୁଁ ମଧ୍ୟ ଟିମର ଅଂଶବିଶେଷ । କିଛି ଲୋକଙ୍କ ବୋଧହୁଏ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚୁଛନ୍ତି । ସମସ୍ତେ କେବଳ ଗମ୍ଭୀରଙ୍କୁ ଟାର୍ଗେଟ କରୁଛନ୍ତି । ବ୍ୟାଟ୍ସମ୍ୟାନ କିମ୍ବା ବୋଲରଙ୍କ ଭୁଲ କେହି ଉଠାଉ ନାହାନ୍ତି । ବ୍ୟାଟ୍ସମ୍ୟାନମାନେ କିଛି ଅଲଗା ରଣନୀତି ପ୍ରସ୍ତୁତ କରିପାରିଲେନି ବୋଲି ସେ କହିଛନ୍ତି ।
କୋଟାକଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଗମ୍ଭୀରଙ୍କ ପୂର୍ବରୁ ରାହୁଲ ଡ୍ରାଭିଡ ଓ ରବି ଶାସ୍ତ୍ରୀଙ୍କୁ ମଧ୍ୟ କେତେକ ନିଷ୍ପତି ନେଇ ସମାଲୋଚନା ହେବାକୁ ପଡିଥିଲା । ତେବେ ସେ ସମୟରେ ସହଯୋଗୀ ଷ୍ଟାଫ ଏତେଟା ପ୍ରତିକ୍ରିୟାଶୀଳ ହୋଇ ନ ଥିଲେ । ୨ ମ୍ୟାଚ ବିଶିଷ୍ଟ ସିରିଜରେ ୦-୧ରେ ପଛୁଆ ରହିଛି । ସିରିଜକୁ ବଂଚାଇବା ପାଇଁ ଭାରତକୁ ଦ୍ୱିତୀୟ ଟେଷ୍ଟରେ ବିଜୟ ହାସଲ କରିବାକୁ ପଡିବ । ଶୁଭମନ ଗିଲଙ୍କ ଅନୁପସ୍ଥିତି ଭାରତର ସମସ୍ୟା ବଢ଼ାଇଛି ।
Comments are closed.