Latest Odisha News

BREAKING NEWS

ଭବାନୀପାଟଣା ବିଧାୟକଙ୍କୁ ହତ୍ୟା ଧମକ

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ହତ୍ୟା ଧମକ । ଏନେଇ ନିଜେ ସାମାଜିକ ଗଣମାଧ୍ୟମ “ଏକ୍ସ” ରେ ପୋଷ୍ଟ କରିଛନ୍ତି ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ । ଏହା ସହ ସେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ଯେ, ଯଦି ରାଜ୍ୟରେ ଜଣେ ନିର୍ବାଚିତ ବିଧାୟକ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକେ କିପରି ସୁରକ୍ଷିତ ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ବିଧାୟକ ସାଗର ନିଜ ଏକ୍ସ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ, ଶୁକ୍ରବାର ସକାଳେ କିଛି ଦୁର୍ବୃତ୍ତ ତାଙ୍କ ଭବାନୀପାଟଣା ଜୋନ୍ ସଭାପତିଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କର ସ୍ଥାନ ଏବଂ ବ୍ୟକ୍ତିଗତ ବିବରଣୀ ପ୍ରକାଶ ନକରିବାରୁ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଦୁର୍ବୃତ ମାନେ ହତ୍ୟା ଧମକ ମଧ୍ୟ ପଠାଇଥିବା କଥା ସେ ଉଲ୍ଲେଖ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ।

Comments are closed.