ଭୁବନେଶ୍ବର: ଚାଷୀମାନଙ୍କ ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଦିନ ଜଣେ ପାକ୍ସ ସମ୍ପାଦକଙ୍କୁ ଗରିଫ କରିଛି। ତାଙ୍କର ନାମରେ ୪୦ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ ରହିଛି । ଦେଓଗଡ଼ ଜିଲ୍ଲାର କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସମିତି (PACS)ର ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ।
ଏନେଇ ରାଉରକେଲା ଭିଜିଲାନ୍ସ ପୁଲିସ ସୁରେଶ ସାହୁଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଗିରଫ ପରେ ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।
ଖବରମୁତାବକ, ସରକାରୀ ଆକାଉଣ୍ଟିଂ ରେକର୍ଡରେ ହେରଫେର କରି ଯୋଜନାବଦ୍ଧ ଭାବରେ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ଆସିଥିଲା । ଏନେଇ ଭିଜିଲାନ୍ସ ବିଭାଗ ଏନେଇ ତଦନ୍ତ କରିଥିଲା। ତଦନ୍ତ ସମୟରେ ସେ ଚାଷୀମାନଙ୍କର ଋଣ ସଂପର୍କିତ ତଥ୍ୟ ଉପସ୍ଥାପନ କରିପାରି ନଥିଲେ। ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା ଯେ, ଗରିବ ଚାଷୀମାନଙ୍କର ଟଙ୍କା ହଡ଼ପ କରାଯାଇଛି। ଠକେଇ ଜନିତ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଛି।
Comments are closed.