Latest Odisha News

BREAKING NEWS

Konark Sun Temple: ସୂର୍ଯ୍ୟମନ୍ଦିରରେ ଉନ୍ନତ ଲାଇଟ ଆଣ୍ଡ ସାଉଣ୍ଡ ଶୋ ସିଷ୍ଟମର ଉଦଘାଟନ; ୪୦ମିନିଟର ପୂରା କାହାଣୀ…

କୋଣାର୍କ: ପର୍ଯ୍ୟଟକମାନେ ଏଣିକି ନୂଆ ରୂପରେ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ଶୋ ଦେଖି ପାରିବେ। ଶୁକ୍ରବାର ସନ୍ଧ୍ୟାରେ ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମକୁ ଉଦଘାଟନ କରିଛନ୍ତି । ସନ୍ଧ୍ୟା ୬ଟା ୩୦ରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ପର୍ଯ୍ୟନ୍ତ ଦୁଇଟି ଶୋ ଚାଲିବ । ଗ୍ରୀଷ୍ମଦିନରେ ସମୟ ପରିବର୍ତ୍ତନ କରାଯିବ। ଗୋଟିଏ ସମୟରେ ୩ଶହରୁ ଅଧିକ ପର୍ଯ୍ୟଟକ ବସିବା ଭଳି ସ୍ବତନ୍ତ୍ର ଚେୟାର ବ୍ୟବସ୍ଥା କରାଯାଇଛି ।

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଉନ୍ନତ ଆଲୋକ ଓ ଶବ୍ଦ ବ୍ୟବସ୍ଥା ର ଉଦଘାଟନ କାର୍ଯ୍ୟକ୍ରମ ରେ ଉପ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଲୋକସଭା ସାଂସଦ, ପର୍ଯ୍ୟଟନ ସଚିବ, ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ।

ସୂର୍ଯ୍ୟମନ୍ଦିର ଦକ୍ଷିଣ ପୂର୍ବ ପାର୍ଶ୍ବରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟମରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ପାଇଁ ବ୍ୟବସ୍ଥା ହୋଇଛି । ୪୦ମିନିଟର କାହାଣୀ ସୂର୍ଯ୍ୟ ମନ୍ଦିରରେ ପ୍ରଦର୍ଶିତ ହେଉଛି । ଓପନ ସାଉଣ୍ଡ ସିଷ୍ଟମରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପର୍ଯ୍ୟଟକମାନେ ଏହାକୁ ମନ ଭରି ଉପଭୋଗ କରିବେ।

 

Comments are closed.