ଗୌହାଟୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଗୌହାଟୀରେ ଖେଳାଯିବ।
ଗୌହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ସକାଳ ୮.୩୦ରେ ଟସ୍ ଅନୁଷ୍ଠିତ ହେବ ଏବଂ ମ୍ୟାଚ୍ ୯ଟାରେ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା ସିରିଜରେ ୧-୦ରେ ଆଗୁଆ ଅଛି। ଭାରତୀୟ ଦଳ ସିରିଜକୁ ୧-୧ରେ ବରାବର କରିବାକୁ କସରତ କରିବ। ଶୁଭମାନ ଗିଲ୍ ଅନଫିଟ୍ ଅଛନ୍ତି। ଫଳରେ ରିଷଭ ପନ୍ତ ଭାରତୀୟ ଦଳର ନେତୃତ୍ୱ ନେବେ, ଯାହା ତାଙ୍କର ପ୍ରଥମ ଆଧିକାରିକ ଟେଷ୍ଟ ଅଧିନାୟକତ୍ୱ ହେବ।
କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାଠାରୁ ୩୦ରନରେ ପରାସ୍ତ ହୋଇଥିଲା। ଭାରତୀୟ ଦଳକୁ ବିଜୟ ପାଇଁ ୧୨୪ ରନର ଲକ୍ଷ୍ୟ ଥିଲା କିନ୍ତୁ ଶୁଭମାନ ଗିଲ୍ ବ୍ରିଗେଡ୍ ମାତ୍ର ୯୩ ରନରେ ସୀମିତ ରହିଥିଲା। ତେବେ ଏହା ୧୫ ବର୍ଷ ମଧ୍ୟରେ ଭାରତରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଟେଷ୍ଟ ବିଜୟ। ଏହି ବିଜୟ ଦକ୍ଷିଣ ଆଫ୍ରିକାକୁ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରଖିଛି।
Comments are closed.