ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ନଭେମ୍ବର ୨୩ ରୁ ୩୦ ପର୍ଯ୍ୟନ୍ତ ମାଲେସିଆର ଇପୋହରେ ସୁଲତାନ ଆଜଲାନ ଶାହ କପ୍ ୨୦୨୫ (Sultan Azlan Shah Cup 2025) ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ । ୩୧ତମ ସୁଲତାନ ଆଜଲାନ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ଦଳ ଆଜି ଦକ୍ଷିଣ କୋରିଆ ସହିତ ମୁକାବିଲା କରିବ। ମ୍ୟାଚ୍ ମାଲେସିଆର ଇପୋହରେ ଭାରତୀୟ ସମୟ ଅନୁସାରେ ଦିନ ୧:୩୦ରେ ଆରମ୍ଭ ହେବ ।
ପାଞ୍ଚ ଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଥିବା ଭାରତୀୟ ଦଳ ସୁଲତାନ ଆଜଲାନ ଶାହ କପ୍ରେ ଦ୍ୱିତୀୟ ସବୁଠାରୁ ସଫଳ ଟିମ୍ । ଅଷ୍ଟ୍ରେଲିଆ ଟିମ୍ ୧୦ଟି ଟାଇଟଲ ସହିତ ସବୁଠାରୁ ସଫଳ ଦଳ ରହିଛି ।
ଭାରତୀୟ ଦର୍ଶକମାନେ ସୁଲତାନ ଆଜଲାନ ଶାହ କପ୍ ୨୦୨୫କୁ ଲାଇଭ୍ ଫ୍ୟାନକୋଡ୍ ( FanCode) ଆପ୍ ଏବଂ ୱେବସାଇଟରେ ଦେଖି ପାରିବେ ।
ଏହି ବର୍ଷ ଭାରତ, ବେଲଜିୟମ, କାନାଡା, କୋରିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଆୟୋଜକ ମାଲେସିଆ ରାଉଣ୍ଡ-ରବିନ୍ ଫର୍ମାଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଏହା ପରେ ଫାଇନାଲ ମ୍ୟାଚ୍ ନଭେମ୍ବର ୩୦ ତାରିଖରେ ଖେଳାଯିବ।
ଭାରତୀୟ ଦଳ ଆସନ୍ତାକାଲି ତା’ର ଦ୍ୱିତୀୟ ମ୍ୟାଚ୍ରେ ବେଲଜିୟମ ସହିତ, ନଭେମ୍ବର ୨୬ରେ ମାଲେସିଆ ସହିତ ଏବଂ ନଭେମ୍ବର ୨୭ରେ ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା କରିବ। ନଭେମ୍ବର ୨୯ରେ ଭାରତ ତା’ର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ କାନାଡା ସହିତ ମୁକାବିଲା କରିବ।
Comments are closed.