Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ରାହୁଲ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୨ ବର୍ଷ ପରେ କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇବେ । ରିଷଭ ପନ୍ତ ଦିିନିକିଆ ଦଳକୁ ଫେରିଥିବା ବେଳେ ଅକ୍ଷର ପଟେଲ ସୁଯୋଗ ମିଳିନି । ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଚୂଡାନ୍ତ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜ ନଭେମ୍ବର ୩୦ରୁ ରାଂଚୀରେ ଆରମ୍ଭ ହେବ । ଶୁଭମନ ଗିଲ ଓ ଶ୍ରେୟାଶ ଆୟାର ଆଘାତପ୍ରାପ୍ତ ହେବା ଯୋଗୁ ରାହୁଲଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଅଷ୍ଟ୍ରେଲିଆ ଗସ୍ତରେ ସ୍ଥାନ ପାଇ ନ ଥିବା ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଏହି ଦଳରେ ସୁଯୋଗ ମିଳିଛି । ୨୦୨୩ ପରେ ରିତୁରାଜ ଗାଏକ୍ୱାଡ ଦିନିକିଆ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ମିଡିଲ ଅର୍ଡରରେ ତିଳକ ବର୍ମାଙ୍କୁ ବଡ ସୁଯୋଗ ମିଳିଛି । ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି ।

ଭାରତୀୟ ଦଳ: କେଏଲ ରାହୁଲ (ଅଧିନାୟକ), ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ତିଳକ ବର୍ମା, ରିଷଭ ପନ୍ତ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, କୂଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ରିତୁରାଜ ଗାଏକ୍ୱାଡ, ପ୍ରସିଦ୍ଧ କ୍ରିଷ୍ଣା, ଧ୍ରୁବ ଜୁରେଲ ଓ ଅର୍ଶଦୀପ ସିଂ ।

Comments are closed.