ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପରାଜୟ ଏଡାଇବା ପାଇଁ ଭାରତୀୟ ଦଳ ସଂଘର୍ଷ ଜାରୀ ରଖିଛି । ଇତି ମଧ୍ୟରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ କରୁଣ ନାୟାରଙ୍କ ଏକ କ୍ରିପଟିକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି ଯେ, କେତେକ ପରିସ୍ଥିତି ଏପରି ହୋଇଥାଏ ଯେ ଯାହାକୁ ତୁମେ ଭଲ ଭାବେ ଜାଣିଥାଅ । ସେଠାରେ ଉପସ୍ଥିତ ନ ରହିବା ଯନ୍ତ୍ରଣା ପ୍ରଦାନ କରିଥାଏ । ଏହି ପୋଷ୍ଟକୁ ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନ ସହ ଯୋଡାଯାଉଛି । ଘରୋଇ କ୍ରିକେଟରେ କରୁଣ ଭଲ ପ୍ରଦର୍ଶନ କରିଥିବାରୁ ସେ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଆଶା ବାନ୍ଧିଥିଲେ ।
ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା । ଇଂଲଣ୍ଡ ଗସ୍ତରେ କରୁଣଙ୍କୁ ଦଳରେ ସାମିଲ କରାଯାଇଥିଲା । ସେ ୮ ବର୍ଷ ପରେ ଏହି ସୁଯୋଗ ପାଇଥିଲେ । ସେଠାରେ ତାଙ୍କ ପ୍ରଦର୍ଶନ ଆଭରେଜ ରହିଥିଲା । ପରେ ତାଙ୍କୁ ଦଳରୁ ବାହାର କରାଯାଇଥିଲା । କରୁଣ ଆଉ ଗୋଟିଏ କିମ୍ବା ୨ଟି ସିରିଜ ଘରୋଇ ପରିବେଶରେ ଖେଳିବାକୁ ଚାହୁଁଥିଲେ । ଏହା ହୋଇପାରି ନ ଥିଲା ଯାହା ତାଙ୍କ ପୋଷ୍ଟରୁ ପ୍ରମାଣିତ ହୋଇଛି ।
Comments are closed.