Latest Odisha News

ବାହାଘର ଦିନ କନ୍ୟାର ହେଲା ଦୁର୍ଘଟଣା, ଡାକ୍ତରଖାନାରେ ହେଲା ବିବାହ

ନୂଆଦିଲ୍ଲୀ: ଯିଏ ପ୍ରକୃତରେ ଭଲ ପାଇଥାଏ, ସେ ସମସ୍ତ ପରିସ୍ଥିତିରେ ଏହାକୁ ବଜାୟ ରଖିବା ପାଇଁ ଚାହିଁଥାଏ । ଏ ଭଳି ଏକ ଘଟଣା କେରଳରେ ଘଟିଛି ଯାହା, କି ପ୍ରକୃତ ପ୍ରେମର ପରିଭାଷାକୁ ବୁଝାଉଛି । ଏଠାରେ ବାହାଘର ଦିନ କନ୍ୟା ଦୁର୍ଘଟଣାର ଶୀକାର ହୋଇଥିଲା । ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ବରଘର ପକ୍ଷରୁ ଏହି ବିବାହ ଘୁଂଚାଇବା ପାଇଁ ମନା କରାଯାଇଥିଲା । ଶୁଭ ମୂହର୍ତରେ ବିବାହ କରିବା ପାଇଁ ସେମାନେ ଡାକ୍ତରଖାନା ଯାଇଥିଲେ । ଡାକ୍ତରଖାନାର ଏର୍ମଜେନ୍ସି ୱାର୍ଡରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ପିଟିଆଇ ରିପୋର୍ଟ ଅନୁସାରେ କୋଚ୍ଚିର ଲେକଶୋର ଡାକ୍ତରଖାନାରେ ଏହି ଘଟଣା ଘଟିଛି । ବ୍ରାଇଡାଲ ମେକଅପ ପାଇଁ ଅବନୀ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଶେରନ ଓ ତାଙ୍କ ପରିବାର ଡାକ୍ତରଖାନା ଯାଇ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଅବନୀଙ୍କ ମେରୁହାଡ ଅପରେଶନ ଖୁବ ଶୀଘ୍ର ହେବ । ଏହା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ଡାକ୍ତର କହିଛନ୍ତି ।

Comments are closed.