ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ପାର୍କିଂ ମନା, ଜାରି ହେଲା କଟକଣା…
ଅନିୟମିତ ପାର୍କିଂ ପାଇଁ ରାଜଧାନୀରେ ଟ୍ରାଫିକ ସମସ୍ୟା; ଜାରି ହେଲା କଟକଣା...
ଭୁବନେଶ୍ବର: ଭୁବନେଶ୍ବର ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଯାନବାହାନର ଅନିୟମିତ ପାର୍କିଂ ଯୋଗୁଁ ଟ୍ରାଫିକ ବାଧା ସୃଷ୍ଟି କରୁଛି। ଯାହା ଫଳରେ ଭିଡ଼, ଯାତ୍ରୀମାନଙ୍କୁ ଅସୁବିଧା ଏବଂ ସାଧାରଣ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି ହୋଇଥାଏ।
ଭୁବନେଶ୍ବରରେ ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ ଯାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି।
ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ, ୨୦୦୩ର ଧାରା ୨୮ ଏବଂ ୨୯, (ଓଡ଼ିଶା ଆଇନ ୨୦୦୭ ର ଧାରା ୮), ଭୁବନେଶ୍ବର-କଟକ ପୋଲିସ କମିଶନରେଟ୍ (ଟ୍ରାଫିକ୍ ଏବଂ ସାର୍ବଜନୀନ ଶୃଙ୍ଖଳା) ନିୟମାବଳୀ, ୨୦୦୮ ର ନିୟମାବଳୀ ୧୯ ଏବଂ ୨୧ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ ର ଧାରା ୧୬୩ ଅନ୍ତର୍ଗତ କ୍ଷମତା ବ୍ୟବହାର କରି ମୁଁ ଡକ୍ଟର ଏସ୍.ଦେବ ଦତ୍ତ ସିଂହ, (ଭା . ପୋ . ସେ .), ଆରକ୍ଷୀ ଆୟୁକ୍ତ, ଭୁବନେଶ୍ୱର-କଟକ, ଲିଖିତ ଆଦେଶରେ ଜନସାଧାରଣଙ୍କୁ ଜଣାଇ ଦେଉଛି ଯେ ନିମ୍ନଲିଖ ରାସ୍ତାରେ ଯାନବାହନ ପାର୍କିଂ ନିଷେଧ କରାଯାଇଅଛି। ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
*ରାଜଭବନ ଛକରୁ ଜୟଦେବ ବିହାର ଛକ ଦେଇ କଳାରାହାଙ୍ଗା ଛକ
*ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲକୋ ଛକ
*ଶିଶୁଭବନ ଛକରୁ ରାଜମହଲ ଛକ ଏବଂ ମାଷ୍ଟର କ୍ୟାଣ୍ଟନ୍ ଛକ ଦେଇ ବାଣୀବିହାର ଛକ
*ରସୁଲଗଡ଼ ଛକରୁ ଜୟଦେବ ବିହାର
*ଶ୍ରୀୟା ଛକରୁ ପିଏଚଡି ଅଫିସ
*ବାପୁଜୀ ନଗର
*ଆଇଡିବିଆଇ ବ୍ୟାଙ୍କ ଛକ ଠାରୁ ଏମ୍ପାୟାର ହୋଟେଲ ଦେଇ ଏନଏଚ-୧୬
*ଆଲୋକ ଭାରତୀ ବିଲିଂ ଠାରୁ ଶହୀଦ ନଗର ଦୁର୍ଗା ପୂଜା ମଣ୍ଡପ, ଜନପଥ ରୋଡ
*ଜନପଥ (କଲ୍ୟାଣ ଜୁଏଲର୍ସ) ଠାରୁ ସ୍ପର୍ଶ ହସ୍ପିଟାଲ ଚରକ ମେଡିକାଲ ଷ୍ଟୋର
*ତୃପ୍ତି ସର୍ଭିସ ଷ୍ଟେସନ ଜନପଥ ଠାରୁ ଶହୀଦ ନଗର ଏଣ୍ଟ୍ରି ପଏଣ୍ଟ
ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ଯାନବାହାନ ଯାତାୟାତର ବୃଦ୍ଧିକୁ ଦୃଷ୍ଟିରେ ରଖି ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ନିମ୍ନଲିଖିତ ରାସ୍ତାଗୁଡ଼ିକରେ ପାର୍କିଂ ନିଷେଧ କରାଯାଉଛି:-
*ଗୋପବନ୍ଧୁ ଛକ ଠାରୁ କଳ୍ପନା ଛକ (ଉଭୟ ପାର୍ଶ୍ୱ)
*କଳାରାହାଙ୍ଗା ଛକ ଠାରୁ ନନ୍ଦନକାନନ ଛକ (ଉଭୟ ପାର୍ଶ୍ୱ)
*ଉଭୟ ପାର୍ଶ୍ବ ସର୍ଭିସ ରୋଡ୍ ଦେଇ ଜୟଦେବ ବିହାର ଛକ ଠାରୁ ତମାଣ୍ଡୋ ଛକ
*ଜୟଦେବ ବିହାର ଛକ ଠାରୁ ଏକାମ୍ର କାନନ ପାର୍କ ରୋଡ୍ (ଉଭୟ ପାର୍ଶ୍ୱ) ଦେଇ ସି.ଆର.ପି ଛକ
*ସିଆରପି ଛକ ଠାରୁ ୟୁନିଟ–୮, ଡି.ଏ.ଭି. ସ୍କୁଲ (ଉଭୟ ପାର୍ଶ୍ୱ) ଦେଇ ପାୱାର ହାଉସ୍ ଛକ
*ଫାୟାର ଷ୍ଟେସନ ଛକ ଠାରୁ ସିଟି ମହିଳା ମହାବିଦ୍ୟାଳୟ ଛକ (ଉଭୟ ପାର୍ଶ୍ୱ) ଦେଇ ଜାଗମରା ଛକ
*ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ (ଉଭୟ ପାର୍ଶ୍ୱ)
*ନୟାପଲ୍ଲୀ ଅଣ୍ଡର ପାସ ଠାରୁ ଆଇଡି ମାର୍କେଟ (ଉଭୟ ପାର୍ଶ୍ବ) ଦେଇ ଜୟଦେବ ବିହାର
*କୀଟ ଛକ ଠାରୁ ସିଲିକନ ଇଞ୍ଜିନିୟରିଂ କଲେଜ (ଉଭୟ ପାର୍ଶ୍ବ) ଦେଇ ଇନଫୋସିଟି ଛକ
*ଡମଣା ଛକ ଠାରୁ ଶୈଳଶ୍ରୀ ବିହାର (ଉଭୟ ପାର୍ଶ୍ୱ)
*ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ (ଉଭୟ ପାର୍ଶ୍ୱ) ଦେଇ ସାଇ ମନ୍ଦିର ଛକ
ଏହା ବ୍ୟତୀତ ମୋଟର ଯାନ ଆଇନ-୧୯୮୮ର ଧାରା-୧୨୭ ଅନୁଯାୟୀ ଉପରୋକ୍ତ ଆଦେଶର ଉଲଂଘନ କରୁଥିବା ଯାନବାହନଗୁଡ଼ିକୁ କ୍ରେନ ସାହାଯ୍ୟରେ ଟାଣିନିଆଯିବ ଏବଂ ସେହି ଯାନବାହନର ମାଲିକ ଜୋରିମାନା ବ୍ୟତୀତ କ୍ରେନ ବବାଦକୁ ଖର୍ଚ୍ଚ ଅଲଗା ଭାବେ ପଇଠ କରିବେ। ଉପରୋକ୍ତ ଆଦେଶ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।
Comments are closed.