Latest Odisha News

BREAKING NEWS

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଯାହାକୁ ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବିମାନବନ୍ଦର ନିର୍ଦ୍ଦେଶକ, ଡେପୁଟି ପୋଲିସ କମିଶନର (ଟ୍ରାଫିକ୍) ଏବଂ ଡିଆଇଜି (CISF)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭାରତୀୟ ବିମାନବନ୍ଦର ପ୍ରାଧିକରଣ, CISF, ଗୁଇନ୍ଦା ବ୍ୟୁରୋ, ଓଡ଼ିଶା ପୋଲିସ ଏବଂ ଅଗ୍ନିଶମ ସେବାର ଅଧିକାରୀମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ପବ୍ଲିକ୍ ୱାର୍କସ୍ ବିଭାଗ, ବିଦ୍ୟୁତ୍ ବିଭାଗ ଏବଂ ଟ୍ରାଫିକ୍ ୱିଙ୍ଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ।

ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍ ପୋଲିସ ମୁତୟନ କରାଯିବା ସହ ତାଙ୍କ ଚାରିପାର୍ଶ୍ଵରେ ଏକ ସୁରକ୍ଷା କବଚ ପ୍ରସ୍ତୁତ କରାଯିବା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି।

କମିଶନରେଟ୍ ପୋଲିସ ଏକ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସ୍ଥାପନ କରିଛି ଯାହାକୁ ରାଷ୍ଟ୍ରପତିଙ୍କ ବଡିଗାର୍ଡ (PBG) କମାଣ୍ଡୋ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ୟୁନିଟ୍ ଦ୍ୱାରା ସୁଦୃଢ଼ କରାଯିବ। ବିମାନବନ୍ଦର ପରିସର ମଧ୍ୟରେ, ଭିତର କର୍ଡନ CISF ଦ୍ୱାରା ପରିଚାଳିତ ହେବ ଓ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦରରୁ ରାଜଭବନ ଏବଂ ରାଜଭବନରୁ ବିଧାନସଭା ପର୍ଯ୍ୟନ୍ତ ରାସ୍ତାରେ ମଧ୍ୟ ବ୍ୟାରିକେଡ୍ ନିର୍ମାଣ କରାଯିବ। ସାମଗ୍ରିକ ସୁରକ୍ଷା ତଦାରଖ ପାଞ୍ଚ ଜଣ DCP ପଦାଧିକାରୀ କରିବେ। ଏଥିସହିତ ସେଠାରେ ଆଉ ପାଞ୍ଚ ଜଣ ACP, ୨୦ ଜଣ ଇନ୍ସପେକ୍ଟର ଏବଂ ୩୦ ଜଣ ସହାୟକ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ।

ତେବେ ରାଷ୍ଟ୍ରପତି ନଭେମ୍ବର ୨୭ ଅପରାହ୍ନ ୨ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)ରେ ପହଞ୍ଚିବେ ଓ ସେଠାରୁ ରାଜଭବନ ଅଭିମୁଖେ ଯିବେ।ସେଠାରେ ସେ ରାତ୍ରିଯାପନ ମଧ୍ୟ କରିବେ। ନଭେମ୍ବର ୨୮ରେ ହେବାକୁ ଥିବା ଶୀତକାଳୀନ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଯାହାକି ପ୍ରଥମ ଥର ପାଇଁ କୌଣସି ରାଜ୍ୟ ବିଧାନସଭାରେ ହେବାକୁ ଯାଉଛି।ଏହାପରେ ସେ ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବା ନେଇ ସୂଚନା ମିଳିଛି।

 

Comments are closed.