ରାୟପୁର:ଆଜି ୧୫ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମୁଣ୍ଡରେ ୪୮ଲକ୍ଷ ପୁରସ୍କାର ରାଶି ରହିଥିଲା । ମାଓବାଦୀମାନେ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ PLGA ବାଟାଲିୟନ ନମ୍ବର ୧ର ଚାରି ଜଣ ହାର୍ଡକୋର ନକ୍ସଲ ମଧ୍ୟ ଅଛନ୍ତି।
ଛତିଶଗଡ଼ ସୁକମା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୧୦ ଜଣ ପୁରୁଷ ନକ୍ସଲ ଅଛନ୍ତି, ଯେଉଁମାନେ ଦୀର୍ଘ ସମୟ ଧରି ସୁକମା, କୋଣ୍ଟା, ଜଗରଗୁଣ୍ଡା ଅଞ୍ଚଳରେ ସକ୍ରିୟ ଥିଲେ ଏବଂ ଅନେକ ମାଓବାଦୀ ଘଟଣାରେ ଜଡିତ ଥିଲେ।
ଏହି ଆତ୍ମସମର୍ପଣରେ ଜିଲ୍ଲା ପୋଲିସ, DRG, RFT କୋଣ୍ଟା-ସୁକମା, ନକ୍ସଲ ସେଲ୍, ଇଣ୍ଟେଲିଜେନ୍ସ ୟୁନିଟ୍, CRPFର ୦୨, ୨୧୨, ୨୧୭ ଏବଂ ୨୨୩ ବାଟାଲିଅନ୍ ଏବଂ କୋବ୍ରା ୨୦୭ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ।
ଆଭ୍ୟନ୍ତରୀଣ ଅଞ୍ଚଳରେ ନିରନ୍ତର ଶିବିର ଖୋଲାଯାଉଛି। ଫଳସ୍ୱରୂପ ୧୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆମେ ଅନ୍ୟ ସମସ୍ତ ନକ୍ସଲବାଦୀଙ୍କୁ ସେମାନଙ୍କର ଅସ୍ତ୍ର ତ୍ୟାଗ କରିବାକୁ ଏବଂ ପୁନର୍ବାସ ନୀତିର ସୁଯୋଗ ନେବାକୁ ନିବେଦନ କରୁଛୁ ବୋଲି କହିଛନ୍ତି ସୁକମା ଏସ୍ପି ।
Comments are closed.