ସୋନପୁର: ସୋନପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ପୋଲ ତଳକୁ ଖସିଲା ଯାତ୍ରୀବାସୀ ବସ୍ । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅତ୍ୟଧିକ ଗୁରୁତର ଥିବା ଯାତ୍ରୀଙ୍କୁ ସମ୍ବଲପୁରର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଖବର ଅନୁଯାୟୀ, ଏକାଧିକ ଯାତ୍ରୀଙ୍କୁ ନେଇ ବସ୍ଟି ଭୁବନେଶ୍ୱରରୁ ବରଗଡ଼ ଜିଲ୍ଲା ବିଜେପୁର ନିକଟ ଦୀପ୍ତିପୁର ଯାଉଥିଲା । ହେଲେ ବସ୍ ଟି ସୋନପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ପୋଲ ନିକଟରେ ଭାରସାମ୍ୟ ହରାଇ ଖସିପଡିଥିଲା । ଯାହାଫଳରେ ବସ୍ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ଖବରପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ବି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Comments are closed.