ଭୁବନେଶ୍ବର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ସିବିଆଇ । ସେମାନେ ହେଲେ ଲୋକନାଥ ସାହୁ, ତଫିମ୍ ଅହମ୍ମଦ ଖାନ୍, ଯବାନ ବିଶ୍ବରଂଜନ ଏବଂ ବିଶ୍ୱରଂଜନ ହରିଚନ୍ଦନ । ୪ ଦିନିଆ ରିମାଣ୍ଡ ପାଇଁ ସିବିଆଇ ଆବେଦନ କରିଛି ।
ଅନ୍ୟପଟେ, ପୋଲିସ ଏସଆଇ ଜାଲିଆତି ମାମଲା ବ୍ରହ୍ମପୁର ଜେଏମଏଫସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଝାରପଡ଼ା ଜେଲକୁ ୧୨ ଅଭିଯୁକ୍ତ ସ୍ଥାନାନ୍ତରିତ ହୋଇଛନ୍ତି । ଶଙ୍କର ପୃଷ୍ଟି, ସୁରେଶ ନାୟକ ସମେତ ୧୨ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲକୁ ପଠାଯାଇଛି ।
ଗତ ୨୨ ତାରିଖରେ ଦୁଇ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ୫ ଘଣ୍ଟା ଧରି ଜେରା କରିଥିଲା ସିବିଆଇ । ସମନ ପାଇବା ପରେ ସିବିଆଇ ଅଫିସରେ ସକାଳୁ ସକାଳୁ ଦୁଇ ଜଣ ହାଜର ହୋଇଥିଲେ । ଦୁଇ ଜଣ ପରୀକ୍ଷାର୍ଥୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଧରି ପଚରା ଉଚରା କରାଯାଇଥିଲା I କେମିତି, କାହା ମାଧ୍ୟମରେ ଓ କିଭଳି ଦଲାଲଙ୍କ ସମ୍ପର୍କରେ ଆସିଥିଲେ ସେନେଇ ପଚରା ଉଚରା କରିଥିଲା ସିବିଆଇ ।
Comments are closed.