ଭୁବନେଶ୍ଵର: ଆଜି ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟସରକାର । ୬ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ସଚିବ ହୋଇଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲୋପାମୁଦ୍ରା ମହାପାତ୍ର ।
ସେହିପରି, ଅନୁସୂଚିତ ଜନଜାତି ବିଭାଗର ଅତିରିକ୍ତ ସଚିବ ହେଲେ ଦେବେନ୍ଦ୍ର ନନ୍ଦ । ରାଜ୍ୟ ମାଇନିଂ ବିଭାଗର ସିଭିଓ ହେଲେ ନାରାୟଣ ଚନ୍ଦ୍ର ଧଳ । ସେହିପରି ପ୍ରୀତିପର୍ଣ୍ଣା ମିଶ୍ର ରାଜସ୍ଵ ବିଭାଗର ଡ଼େପୁଟି ସେକ୍ରେଟାରୀ ହୋଇଥିବାବେଳେ, ବାଲେଶ୍ବର ଜିଲ୍ଲାର ଡ଼ିଏଚଏଚ୍ ପ୍ରଶାସନିକ ଅଧିକାରୀ ହୋଇଛନ୍ତି ଅନିତା ନାୟକ ।
Comments are closed.