ରୁଷର ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ ନିଜର ପୁରା ମନ୍ତ୍ରୀମଣ୍ଡଳ ସହିତ ବୁଧବାର ଦିନ ପଦରୁ ଇସ୍ତଫା ଦେଇଛନ୍ତି।
ଏନେଇ ଋଷ ରାଷ୍ଟ୍ରପତି ପୁତିନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ରୁଷ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ
ପୁତିନ ମେଦଭେଦେଭଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲକ୍ଷ୍ୟକୁ ଦିମିତ୍ରୀ ହାସଲ କରିବାରେ ବିଫଳ ହୋଇଥିବା ସେ କହିଛନ୍ତି।
ଅନ୍ୟପଟେ ରାଷ୍ଟ୍ରପତି ପୁତିନଙ୍କ ପକ୍ଷରୁ ସମ୍ବିଧାନ ପରିବର୍ତ୍ତନ କରାଯିବାର ପ୍ରସ୍ତାବ ରହିଛି । ଏହାହିଁ ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ ନିଜର ପୁରା କ୍ୟାବିନେଟ୍ ସହ ଇସ୍ତଫା ଦେବାର କାରଣ ବୋଲି କୁହାଯାଉଛି ।
ପ୍ରଧାନମନ୍ତ୍ରୀ ଦିମିତ୍ରୀ ବୁଧବାର ରାଷ୍ଟ୍ରପତି ପୁତିନଙ୍କ ଦ୍ଵାରା ଦେଶକୁ ସମ୍ବୋଧିତ କରାଯିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଭାଷଣ ସମୟରେ ରାଷ୍ଟ୍ରପତି ସମ୍ବିଧାନ ସଂଶୋଧନର ପ୍ରସ୍ତାବ ରଖିଥିଲେ। ଏଥିରେ କ୍ୟାବିନେଟର ଶକ୍ତି ବିସ୍ତାର ନେଇ ପ୍ରସ୍ତାବ ରହିଛି।
ପୁତିନ ନିଜକୁ କ୍ଷମତାରେ ରଖିବା ପାଇଁ ଏହି ପ୍ରସ୍ତାବ ରଖିଛନ୍ତି, ଯଦି ସେ ପ୍ରଧାନମନ୍ତ୍ରୀ ବି ହୁଅନ୍ତି ତେବେ ଲମ୍ବା ସମୟ ଧରି କ୍ଷମତାକୁ ହାତରେ ରଖିପାରିବେ ବୋଲି ମଧ୍ୟ କୁହାଯାଉଛି ।
ଆଗାମୀ ୨୦୨୪ରେ ତାଙ୍କର ରାଷ୍ଟ୍ରପତି କାର୍ଯ୍ୟକାଳ ସମାପ୍ତ ହେଉଛି। ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ। ପୁତିନ ନିଜର ଭାଷଣରେ ଏହା ମଧ୍ୟ କହିଥିଲେ ଯେ, ଭବିଷ୍ୟତରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଦୁଇ ଥର ପାଇଁ ସୀମିତ କରାଯିବା ଉଚିତ୍।
ମେଦଭେଦେଭ ୨୦୧୨ରୁ ରୁଷର ପ୍ରଧାନମନ୍ତ୍ରୀ ଥିବା ବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିକଟତର ହୋଇ କାମ କରୁଥିଲେ। ସେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ରୁଷର ରାଷ୍ଟ୍ରପତି ଥିଲେ।
ପୁତିନ ମେଦଭଦେଭଙ୍କ କ୍ୟାବିନେଟକୁ ନୂତନ କ୍ୟାବିନେଟ୍ ଗଠନ ନହେବା ପର୍ଯ୍ୟନ୍ତ କାମ କରିବାକୁ କହିଛନ୍ତି।
Comments are closed.