Latest Odisha News

BREAKING NEWS

Odisha Assembly: ପୁଣି ସୁଭଦ୍ରାରେ ଯୋଡି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଆଜି ଗୃହରେ ବିରୋଧୀ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ଆଉ ଶାସକ ଉତ୍ତର ରଖୁଛନ୍ତି। ଏହାରି ଭିତରେ ଗୃହରେ ଉଠିଛି ସୁଭଦ୍ର ପ୍ରସଙ୍ଗ। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିଛି ତଥ୍ୟ ରଖିଛନ୍ତି। ସେ କହିଛନ୍ତି, ସରଜମିନ୍ ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା।

ଗୃହରେ ତଥ୍ୟ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି। ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି। ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି।

Comments are closed.