Latest Odisha News

BREAKING NEWS

Sultan Azlan Shah Cup 2025:କାନାଡାକୁ ୧୪-୩ଗୋଲରେ ପରାସ୍ତ କରି ଫାଇନାଲରେ ଭାରତ, ଆସନ୍ତାକାଲି ଟାଇଟଲ ଲଢେଇ

ନୂଆଦିଲ୍ଲୀ: ଶନିବାର ଭାରତୀୟ ସିନିୟର ପୁରୁଷ ହକି ଦଳ କାନାଡାକୁ ୧୪-୩ଗୋଲରେ ପରାସ୍ତ କରି ସୁଲତାନ ଆଜଲାନ ଶାହ କପ( Sultan Azlan Shah Cup 2025)ର ଫାଇନାଲରେ ପ୍ରବେଶ କରିଛି। ଭାରତର ବିଜୟରେ ଜୁଗରାଜ ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଏକାକୀ ଚାରିଟି ଗୋଲ କରିଥିଲେ ।

ଟୁର୍ଣ୍ଣାମେଣ୍ଟରେ କେବଳ ବେଲଜିୟମଠାରୁ ଗୋଟିଏ ଗୋଲରେ ପରାସ୍ତ ହୋଇଥିଲା ଭାରତ । ଭାରତ ଏହି ଦଳ ସହ ଆସନ୍ତାକାଲି ଟାଇଟଲ ପାଇଁ ଲଢେଇ କରିବ ।

କାନାଡା ବିପକ୍ଷରେ ଅଭିଷେକ,ଅମିତ ରୋହିଦାସ ଏବଂ ରାଜିନ୍ଦର ସିଂହ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ସେଲଭମ କାର୍ତ୍ତି, ନୀଳକାନ୍ତ ଶର୍ମା, ସଞ୍ଜୟ ଏବଂ ଦିଲପ୍ରୀତ ସିଂହ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

ଶନିବାର ଦିନ ବେଲଜିୟମ ନ୍ୟୁଜିଲାଣ୍ଡକୁ ୫-୧ ଗୋଲରେ ପରାସ୍ତ କରି ଚାରିଟି ବିଜୟ ଏବଂ ଗୋଟିଏ ଡ୍ର ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।

Comments are closed.