Latest Odisha News

BREAKING NEWS

Weather Update: ରାଜ୍ୟରେ ଆହୁରି ବଢିବ ଶୀତ, ୨ ରୁ ୩ ଡିଗ୍ରୀ କମିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ୪ ଦିନ ପରେ ରାତି ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହିତ ଶୀତ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡି ଦେଖାଯାଉଛି । ରବିବାର ରାଜ୍ୟର ସୁନ୍ଦରଗଡ଼, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କୋରାପୁଟ ଆଦି ଜିଲାରେ ଘନ କୁହୁଡି ନେଇ ପାଣିପାଗ ବିଭାଗ ପକ୍ଷରୁ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି, ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଥିବାବେଳେ, ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏବେ ବର୍ଷା ନେଇ କୌଣସି ସୂଚନା ନାହିଁ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ସେହିପରି ଜି. ଉଦୟଗିରିରେ ସର୍ବନିମ୍ନ ୮.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସିମିଳିଗୁଡାରେ ୯.୬ଡିଗ୍ରୀ, ଫୁଲବାଣୀ, ଦାରିଙ୍ଗିବାଡିରେ ୧୦ଡିଗ୍ରୀ, କେରାପୁଟରେ ୧୦.୨ ଡିଗ୍ରୀ, ଝାରସୁଗୁଡାରେ ୧୦.୪ ଡିଗ୍ରୀ, ନବରଙ୍ଗପୁର ୧୦.୮ ଡିଗ୍ରୀ, ରାଉରକେଲାରେ ୧୧ ଡିଗ୍ରୀ, ବଲାଙ୍ଗିରରେ ୧୨.୫ ଡିଗ୍ରୀ, ଭୁବନେଶ୍ୱରରେ ୧୭.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସର୍ବାଧିକ ତାପମାତ୍ରା ୩୧.୫ ଡିଗ୍ରୀ ଢେଙ୍କାନାଳରେ ରେକର୍ଡ ହୋଇଛି ।

Comments are closed.