ଭୁବନେଶ୍ବର: ଡାକ୍ତରଖାନା ଯିବାକୁ ଆଉ ହନ୍ତସନ୍ତ ହେବେନି ରୋଗୀ । ରାଜ୍ୟରେ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆବର୍ଷ ପୂର୍ବରୁ ଗଡିବା ନେଇ ଯୋଜନା ରହିଥିବାବେଳେ, ଗାଡ଼ି ଆସି ସାରିଛି । ଏବେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି । ନିର୍ଦ୍ଦେଶନାମା ଅନୁସାରେ ୫ ବର୍ଷ ପୂରଣ ହୋଇଥିବା ୧୧୨ ଗାଡ଼ିର ଅବଧି ଆସନ୍ତା ୨୦୨୬ ଜାନୁଆରୀ ମଧ୍ୟରେ ଶେଷ ହେବ । ତେଣୁ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡ଼ିଛି ।
ପୂର୍ବ ସରକାରଙ୍କ ସମୟରେ ମାଗଣା ରୋଗୀସେବାକୁ ଗୁରୁତ୍ବ ଦେଇ ଆରମ୍ଭ ହୋଇଥିଲା ୧୦୮ ଆମ୍ବୁଲାନ୍ସ ସେବା । ହେଲେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଗାଡ଼ି ନଷ୍ଟ ହେବା ସହ ରୋଗୀ ନେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଘଟଣା ଅନେକ ସମୟରେ ନଜରକୁ ଆସିଛି ।
ପ୍ରାୟ ବର୍ଷେ ହେବ ରାଜ୍ୟରେ ୪୨୦ଟି ୧୦୮ ଆମ୍ବୁଲାନ୍ସର ସ୍ଥିତି ବେହାଲ ହୋଇପଡ଼ିଛି । ଏହି ୪୨୦ଟି ଆମ୍ବୁଲାନ୍ସ ବାଦ ଆଉ ଚାରି ମାସ ପରେ ପୁଣି ୧୧୨ଟି ଆମ୍ବୁଲାନ୍ସ ଅବଧି ଶେଷ ହେବ । ଆସନ୍ତା ମାସରେ ଏହି ସେବାରେ ୨୦୦ଟି ଆମ୍ବୁଲାନ୍ସ ସାମିଲ ହେବ ଏବଂ ପରବର୍ତ୍ତୀ ସମୟରେ ବଳକା ଆମ୍ବୁଲାନ୍ସ ଆସିବ ବୋଲି ଜଣାପଡ଼ିଛି ।
Comments are closed.