Latest Odisha News

BREAKING NEWS

Maoists Surrender: ଭୁଶୁଡୁଛି ମାଓ ଗଡ଼, ୩୭ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର: ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।

ପୋଲିସ ପୋଲିସ ଅଧୀକ୍ଷକ ଗୌରବ ରାୟ ଏବଂ ASP ରାମକୁମାର ବର୍ମନଙ୍କ ନେତୃତ୍ୱରେ ସମସ୍ତ ନକ୍ସଲବାଦୀ ଦାନ୍ତେୱାଡାର ଡିଆରଜି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅନେକ ମାଓବାଦୀ ଥିଲେ ଯେଉଁମାନଙ୍କୁ ଦୀର୍ଘ ଦିନ ଧରି ସୁରକ୍ଷା ବାହିନୀ ଖୋଜୁ ଥିଲା ।

ଦାନ୍ତେୱାଡା ପୋଲିସ ଅଧିକ୍ଷକ ଗୌରବ ରାୟ କହିଛନ୍ତି ଯେ, ପୁନା ମାରଗେମଙ୍କ ପଦକ୍ଷେପ ଉପରେ ଭରସା କରି ନକ୍ସଲବାଦୀମାନେ ହିଂସାର ପଥ ପରିତ୍ୟାଗ କରି ଶାନ୍ତି ଏବଂ ପ୍ରଗତିର ପଥ ଗ୍ରହଣ କରୁଛନ୍ତି ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି।

ଗତ ୨୦ ମାସରେ, ଦାନ୍ତେୱାଡା ଜିଲ୍ଲାରେ ୧୬୫ ଜଣଙ୍କ ମୁଣ୍ଡରେ ପୁରସ୍କାର ଥିବା ନକ୍ସଲ ସମେତ ମୋଟ ୫୦୮ ରୁ ଅଧିକ ନକ୍ସଲ ହିଂସାର ପଥ ଛାଡି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

 

Comments are closed.