Latest Odisha News

BREAKING NEWS

ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ସ୍ପେନରେ ଅନୁଷ୍ଠିତ ବିଶ୍ୱ ମହିଳା ଟିମ ଚେସ ଚାମ୍ପିୟନଶିପରେ ଭାରତୀୟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିମ କ୍ୱାର୍ଟରଫାଇନାଲରେ କାଜକସ୍ତାନଠାରୁ ହାରି ଯାଇଥିଲେ । ତେବେ ପଦ୍ମିନୀ ରାଉତ ବ୍ୟକ୍ତିଗତ ବୋର୍ଡ ୧ ବ୍ରୋଞ୍ଜ ପଦକ ଜିତି ଓଡିଶା ଏବଂ ଭାରତର ମାନ ବଢ଼ାଇଛନ୍ତି । ଆଇଏମ ଓ ଡବ୍ଲ୍ୟୁଜିଏମ ପଦ୍ମିନୀ ୫ଟି ମ୍ୟାଚରୁ କେବଳ ଗୋଟିଏରେ ପରାଜିତ ହୋଇଥିଲେ । ଚୀନର ହୋଉ ୟିଫାନଙ୍କ ନିକଟରୁ ପରାଜିତ ହୋଇଥିବା ବେଳେ ୟୁକ୍ରେନର ଆନ୍ନା ଉଶେନିଆ, କାଜକସ୍ତାନର ବିବିସାରା ଆସାଉବାୟେଭଙ୍କୁ ପରାଜିତ କରିଥିଲେ ।

ସେହିପରି ଜର୍ଜିଆର ନିନୋ ବାତ୍ସିଆଶାଭିଲି, ଉଜବେକିସ୍ତାନର ଜି. ଟୋଖିରିଜୋନୋଭା ଓ ଡେମିନାଟେ ଡାୟ୍ୟୁଲେଟ କର୍ଣ୍ଣୋଟେଙ୍କ ବିପକ୍ଷରେ ମ୍ୟାଚ ଡ୍ର ରଖିଥିଲେ । ପୁଲ ବିରେ ଜର୍ଜିଆ ଓ ଚୀନ ପଛକୁ ଭାରତ ତୃତୀୟ ସ୍ଥାନରେ ରହିଥିଲା । ଫିଡେ ଟିମ ଫାଇନାଲରେ ଆଜରବୈଜାନଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।

Leave A Reply

Your email address will not be published.