ଭୁବନେଶ୍ୱର: ଏବେ ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ହେଲା ସହଜ । ରିଅଲ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଅଧିନିୟମ, ୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ନିୟମ କୋହଳ କରିଛନ୍ତି ଓଡିଶା ସରକାର । ଏନେଇ ବିଧାନସଭାରେ ଗୁରୁବାର ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ପୂର୍ବରୁ କଠୋର ନିୟମ ଯୋଗୁଁ ପୁରୁଣା ଫ୍ଲାଟ ବିକ୍ରି ଅଟକି ଯାଇଥିଲା । RERA ନିୟମ ଲାଗୁ ହେବା ପୂର୍ବରୁ ଅର୍ଥାତ ୫ ଅକ୍ଟୋବର ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟ ପାଇଁ ଏବେ ଆଉ ନୂଆ କାଗଜପତ୍ର ଦରକାର ହେବ ନାହିଁ ।
ଫ୍ଲାଟ ବିକ୍ରି ପାଇଁ ଅକୁପାନ୍ସି ସାର୍ଟିଫିକେଟ୍ ଦେବାକୁ ପଡୁଥିଲା । RERA ରେଜିଷ୍ଟ୍ରେସନ୍ ଏବଂ ଆସୋସିଏସନ୍ ରେଜିଷ୍ଟ୍ରେସନ୍ କାଗଜପତ୍ର ମାଗାଯାଉଥିଲା । ୨୦୧୬ ପୂର୍ବରୁ ଆପାର୍ଟମେଣ୍ଟ ପାଖରେ ଏସବୁ କାଗଜପତ୍ର ନଥିଲା । ତେଣୁ ସବ୍-ରେଜିଷ୍ଟ୍ରାର୍ ଅଫିସରେ ଜମି/ଘର ରେଜିଷ୍ଟ୍ରି ହୋଇପାରୁନଥିଲା । ଏଥିପାଇଁ ଭୁବନେଶ୍ୱର ଓ କଟକ ଭଳି ସହରରେ ହଜାର ହଜାର ଫ୍ଲାଟ ବିକ୍ରି ଅଟକି ରହିଥିଲା । ଏବେ ସେଥିରେ ସୁଧାର ଅଣାଯାଇଛି ।