Latest Odisha News

BREAKING NEWS

Barrage: ବୈତରଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ୍‌: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବ । ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଅଣ ତାରକା ପ୍ରଶ୍ନ ସଂଖ୍ୟା ୧୫୮୯ର ଲିଖିତ ଉତ୍ତରରେ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ପାଟଣା ବିଧାୟକ ନାଏକ ତାଙ୍କ ନିର୍ବାଚନ ମଣ୍ଡଳୀ ନୂଆପଡ଼ାରେ ବ୍ୟାରେଜ ନିର୍ମାଣ ପାଇଁ ବହୁଦିନରୁ ଦାବି ହୋଇଆସୁଛି ତାହା କେବେ ହେବ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଟଣା ବ୍ଲକ ୧୧୬୮୧. ୫୦, ସାହାରପଡ଼ା ବ୍ଲକର ୧୨୪୧.୫୬, ଘଟଗାଁ ବ୍ଲକର ୧୧୦୩ ଓ ଠାକୁର ମୁଣ୍ଡା ବ୍ଲକର ୬୬୩୫ ହେକ୍ଟର ଜମିରେ ଜଳସେଚନ ହେବ । ମୋଟ୍‌ ୩୧.୮୩୫ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯିବ। ବୈଷୟିକ ଅନୁମୋଦନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି ।

Leave A Reply

Your email address will not be published.