ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ଦିିନିକିଆ ସିରିଜ ଏବେ ୧-୧ ରୋମାଂଚକ ସ୍ଥିତିକୁ ଆସିଯାଇଛି । ସିରିଜର ନିର୍ଣ୍ଣାୟକ ମ୍ୟାଚ ଡିସେମ୍ବର ୬ରେ ବିଶାଖପଟନମର ଡିୱାଇ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯିବ । ଦ୍ୱିତୀୟ ଦିନିକିଆ ପରେ ଏଠାରେ ଦ୍ରୁତ ବେଗରେ ଟିକେଟ ବୃଦ୍ଧି ପାଇଛି । ବିରାଟ କୋହଲିଙ୍କ କ୍ରମାଗତ ଶତକ ଏହାର ମୂଖ୍ୟ କାରଣ ଭାବେ ବିବେଚନା କରାଯାଉଛି । ଆନ୍ଧ୍ର କ୍ରିକେଟ ଆସୋସିଏଶନ ପୂର୍ବରୁ ଟିକେଟ ବିକ୍ରି ନେଇ ଚିନ୍ତା ବ୍ୟକ୍ତ କରିଥିଲେ । କୋହଲିଙ୍କ ବ୍ୟାଟିଂ ଯାଦୁ ଦେଖିବା ପାଇଁ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।
୨୮ ନଭେମ୍ବରରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିଲେ ମଧ୍ୟ ଏହାର ବିକ୍ରି ସେଭଳି ଉତ୍ସାହଜନକ ରହି ନ ଥିଲା । ଏବେ ଟିକେଟ ଖାଲି ହୋଇଯାଇଛି । କୋହଲି ବିଶାଖପଟନମରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସେ ଏଠାରେ ୭ଟି ମ୍ୟାଚଖେଳି ୯୭.୮୩ ଆଭରେଜରେ ୫୮୭ ରନ ସଂଗ୍ରହଂ କରିଛନ୍ତି । ଏଥିରେ ୩ ଶତକ ଓ ୨ ଅର୍ଦ୍ଧଶତକ ସାମିଲ । ସେ ଏଠାରେ ୨ଟି ଟେଷ୍ଟରେ ୧ ଶତକ ଓ ୧ ଅର୍ଦ୍ଧଶତକ ସହାୟତାରେ ୨୯୯ ରନ କରିଛନ୍ତି । ନିଣ୍ଣୟାକ ମୁକାବିଲାରେ କୋହଲିଙ୍କ ନିକଟରୁ ପ୍ରଶଂସକ ହ୍ୟାଟ୍ରିକ ଶତକ ଲକ୍ଷ୍ୟରେ ରହିଛନ୍ତି ।