Latest Odisha News

BREAKING NEWS

ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଆୟୋଜିତ ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ ଓଡିଶାର ରାଜ୍ୟପାଳଙ୍କ କରକମଳରେ ଉଦଯାପିତ ହୋଇଯାଇଛି ।

ଶୁକ୍ରବାର ଅନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଆରତୀ କର ଓ ତାଙ୍କ ଉତ୍କଳ ଡାନ୍ସ ଓ ରିସର୍ଚ୍ଚ ଏକାଡେମିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ ।
ଦ୍ୱିତୀୟରେ ତଥା କୋଣାର୍କ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ସଞ୍ଜୁକ୍ତା ସିହ୍ନା ଓ ତାଙ୍କ ସଞ୍ଜୁକ୍ତା ସିହ୍ନା ଡାନ୍ସ କମ୍ପାନିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହୋଇଥିଲା ।

ଅନ୍ତିମ ଦିନରେ ଆନ୍ତର୍ଜାତୀୟ ବାଲୁକା କଳାର ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ବସ୍ତୁ ଥିଲା ଆତ୍ମନିର୍ଭର ଭାରତ ଏବଂ ମହିଳାମାନଙ୍କ ପାଇଁ ଥିଲା ବିକଶିତ ଭାରତ । ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ କୂଳଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲିନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲା ।

କୋଣାର୍କ ଉତ୍ସବର ଆଜି ଉଦଯାପନି ଦିବସର ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ଓଡିଶାର ମାନ୍ୟବର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ରାଜସ୍ଥାନର ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ହୀରାଲାଲ ନାଗର ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ବୃନ୍ଦ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ସହଯୋଗ କରିଥିଲେ ଡକ୍ଟର ସଂଗୀତା ଗୋସାଇଁ ।

Leave A Reply

Your email address will not be published.