Latest Odisha News

BREAKING NEWS

ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା

କଟକ: ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ ଚାଲିବ ମାମଲା । ତାଙ୍କ ବିରୋଧରେ କଟକ ସ୍ବତନ୍ତ୍ର ଏସ୍‌ସି/ଏସ୍‌ଟି ଅଦାଲତ ଚାର୍ଜଫ୍ରେମ କରିଛନ୍ତି। ଓଡ଼ିଶା କ୍ରାଇମବ୍ରାଞ୍ଚରେ ରୁଜୁ ମାମଲାରେ ଏହି ଚାର୍ଜଫ୍ରେମ ହୋଇଛି ।

ତେବେ ସାରଥୀଙ୍କ ସହ ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ ମଧ୍ୟ ମାମଲା ଚାଲିବ । ସ୍ବତନ୍ତ୍ର କୋର୍ଟରେ ଚାର୍ଜଫ୍ରେମ ସମୟରେ ସାରଥି ଆଭାସି ମାଧ୍ୟମରେ ଉପସ୍ଥିତ ଥିଲେ । ଏହାପରେ ଆଗକୁ ସାରଥିଙ୍କ ବିରୋଧରେ ରୁଜୁ ମାମଲାର ଶୁଣାଣି ଚାଲିବ ବୋଲି ଜଣାପଡିଛି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଜାନୁଆରୀ ୧୬କୁ ଧାର୍ଯ୍ୟ କରାଯାଇଛି ।

ନିଜକୁ ଭଗବାନ ବୋଲି ପରିଚୟ ଦେବା, ନିଜ ହାତରୁ ମହୁ ଝରୁଥିଲା ବୋଲି କହି ଠକେଇ କରିବା ଆଦି ଅଭିଯୋଗ ସାରଥିଙ୍କ ନାମରେ ରହି ଛି। ସାରଥୀ ଏସସି ଏସ୍‌ଟି ଲୋକଙ୍କୁ ଠକି ସେମାନଙ୍କ ସମ୍ପତ୍ତି ହଡ଼ପ କରିଥିବା ଅଭିଯୋଗ ରହିଛି । ଭାରତୀୟ ଦଣ୍ଡବିଧି ଆଇନର ୧୨୦(ବି), ୪୨୦, ୪୬୭, ୪୬୮, ୪୭୧, ୫୦୬, ୪୨୩, ୪୦୬, ୩୭୯, ୪୧୧, ୩୪୧, ୨୧୨, ୪୧୪ ଓ ୩୪ ଦଫା ସମେତ ଥାର୍ଡ ଏସ୍‌ସି ଏସଟି ଆକ୍ଟ ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଧାରା ୨୫ ଅନୁସାରେ ଚାର୍ଜଫ୍ରେମ ହୋଇଛି ।

ସୂଚନାଯୋଗ୍ୟ, ସାରଥି ବାବା ଜଣେ ଆତ୍ମଘୋଷିତ ଧର୍ମଗୁରୁ । କେନ୍ଦ୍ରାପଡ଼ାରେ ଥିବା ତାଙ୍କ ବାରିମୂଳ ଆଶ୍ରମକୁ ନେଇ ଏକ ବିବାଦରେ ଫସିଛନ୍ତି। ତାଙ୍କ ଉପରେ ଯୌନ ଶୋଷଣ, ଆର୍ଥିକ ଅନିୟମିତତା ଏବଂ ଅନ୍ୟାନ୍ୟ ଅବୈଧ କାର୍ଯ୍ୟକଳାପର ଅଭିଯୋଗ ଆସିବା ପରେ ବ୍ୟାପକ ଉତ୍ତେଜନା ଏବଂ ବିରୋଧ ସୃଷ୍ଟି ହୋଇଥିଲା। ଯାହା ଫଳରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଥିଲା।

Leave A Reply

Your email address will not be published.