Latest Odisha News

BREAKING NEWS

East Coast Railway: ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦେଖି ପୂର୍ବତଟ ରେଳପଥର ଅତିରିକ୍ତ କୋଚ୍ ସଂଯୋଗ ସହ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ

ଭୁବନେଶ୍ୱର: ବର୍ଦ୍ଧିତ ଚାହିଦା ଏବଂ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଓଡ଼ା ଅଞ୍ଚଳ ଅଭିମୁଖେ କିଛି ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି।

ପୂର୍ବତଟ ରେଳପଥ ଦ୍ୱାରା ଘୋଷଣା କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ:

୧.ଟ୍ରେନ ନମ୍ବର ୦୮୪୦୧ ଭୁବନେଶ୍ୱର – ଲୋକମାନ୍ୟ ତିଲକ ଟର୍ମିନସ୍ ସ୍ୱତନ୍ତ୍ର ୦୭ ଡ଼ିସେମ୍ବର ୨୦୨୫ ରେ ଭୁବନେଶ୍ୱରରୁ ଛାଡିବ
୨. ଟ୍ରେନ ନମ୍ବର ୦୮୪୦୨ ଲୋକମାନ୍ୟ ତିଲକ ଟର୍ମିନସ୍ – ସମ୍ବଲପୁର ସ୍ୱତନ୍ତ୍ର ୦୯ ଡ଼ିସେମ୍ବର ୨୦୨୫ ରେ ଲୋକମାନ୍ୟ ତିଲକ ଟର୍ମିନସ୍ ରୁ ଛାଡିବ
୩. ଟ୍ରେନ ନମ୍ବର ୦୮୪୦୩ ପୁରୀ – ଆନନ୍ଦ ବିହାର ଟର୍ମିନଲ୍ ସ୍ୱତନ୍ତ୍ର ୦୮ ଡ଼ିସେମ୍ବର ୨୦୨୫ ରେ ପୁରୀରୁ ଛାଡିବ
୪. ଟ୍ରେନ ନମ୍ବର ୦୮୪୦୪ ଆନନ୍ଦ ବିହାର ଟର୍ମିନଲ୍ – ଭୁବନେଶ୍ୱର ସ୍ୱତନ୍ତ୍ର ୦୯ ଡ଼ିସେମ୍ବର ୨୦୨୫ ରେ ଆନନ୍ଦ ବିହାର ଟର୍ମିନଲ୍ ରୁ ଛାଡିବ
୫. ଟ୍ରେନ ନମ୍ବର ୦୮୫୦୧ ବିଶାଖାପାଟଣା – SMVB ବେଙ୍ଗାଲୁରୁ ସ୍ୱତନ୍ତ୍ର ୦୮ ଡ଼ିସେମ୍ବର ୨୦୨୫ ରେ ବିଶାଖାପାଟଣାରୁ ଛାଡିବ
୬. ଟ୍ରେନ ନମ୍ବର ୦୮୫୦୨ SMVB ବେଙ୍ଗାଲୁରୁ – ବିଶାଖାପାଟଣା ସ୍ୱତନ୍ତ୍ର ୦୯ ଡ଼ିସେମ୍ବର ୨୦୨୫ ରେ SMVB ବେଙ୍ଗାଲୁରୁରୁ ଛାଡିବ

ସ୍ୱତନ୍ତ୍ର ଟ୍ରେନଗୁଡିକ ବ୍ୟତୀତ, ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ନିୟମିତ ଟ୍ରେନଗୁଡିକରେ ଅତିରିକ୍ତ ଏସି କୋଚ୍ ସଂଯୋଗ କରାଯାଇଛି:

୧. ଟ୍ରେନ ନଂ.୨୨୮୧୧ ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ ରାଜଧାନୀ ଏକ୍ସପ୍ରେସ୍ ତାରିଖ ୦୭ ଡ଼ିସେମ୍ବର ୨୦୨୫ ଏବଂ ଟ୍ରେନ ନଂ. ୨୨୮୧୨ ନୂଆଦିଲ୍ଲୀ – ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍ ତାରିଖ ୦୮ ଡ଼ିସେମ୍ବର ୨୦୨୫ ରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି ଶ୍ରେଣୀ କୋଚ୍‌ ସଂଯୋଗ କରାଯିବ ।

୨. ଟ୍ରେନ୍ ନଂ. ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍ ତାରିଖ ୦୮ ଡ଼ିସେମ୍ବର ୨୦୨୫ ରେ ଏବଂ ଟ୍ରେନ୍ ନଂ. ୨୨୮୨୪ ନୂଆଦିଲ୍ଲୀ – ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ ତାରିଖ ୦୯ ଡ଼ିସେମ୍ବର ୨୦୨୫ ରେ ଗୋଟିଏ ତୃତୀୟ ଶ୍ରେଣୀ ଏସି କୋଚ୍‌ ସଂଯୋଗ କରାଯିବ ।

୩. ଟ୍ରେନ୍ ନଂ. ୧୨୮୮୨ ପୁରୀ-ଶାଲିମାର, ଗରିବ ରଥ ଏକ୍ସପ୍ରେସ ତାରିଖ ୦୮ ଡ଼ିସେମ୍ବର ଓ ୧୦ ଡ଼ିସେମ୍ବର ୨୦୨୫ ରେ ଏବଂ ଟ୍ରେନ୍ ନଂ. ୧୨୮୮୧ ଶାଲିମାର -ପୁରୀ ଗରିବ ରଥ ଏକ୍ସପ୍ରେସ ତାରିଖ ୦୯ ଡ଼ିସେମ୍ବର ଏବଂ ୧୧ ଡ଼ିସେମ୍ବର ୨୦୨୫ ରେ ଗୋଟିଏ ଏସି ଇକୋନୋମିକ୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ ।

ସେହିଭଳି, ୪. ଟ୍ରେନ ନମ୍ବର ୨୨୮୮୩ ପୁରୀ-ଯଶବନ୍ତପୁର ଗରିବ ରଥ ଏକ୍ସପ୍ରେସ୍ ତାରିଖ ୧୨ ଡ଼ିସେମ୍ବର ୨୦୨୫ ଏବଂ ଟ୍ରେନ ନମ୍ବର ୨୨୮୮୪ ଯଶବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ୍ ତାରିଖ ୧୩ ଡ଼ିସେମ୍ବର ୨୦୨୫ ରେ ଗୋଟିଏ ଏସି ଇକୋନୋମିକ୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ ।

ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ IRCTC ୱେବସାଇଟ୍, NTES ଆପ୍ ଏବଂ ରେଳବାଇ ଅନୁସନ୍ଧାନ ସେବା ମାଧ୍ୟମରେ ପ୍ରକୃତ ସମୟ ଉପଲବ୍ଧତା ଯାଞ୍ଚ କରିବାକୁ ପରାମର୍ଶ ଦେଉଛି।

ଶେଷ ମୁହୂର୍ତ୍ତର ଅସୁବିଧାକୁ ଏଡ଼ାଇବା ପାଇଁ ଯାତ୍ରୀମାନଙ୍କୁ ସେହି ଅନୁଯାୟୀ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଅନୁରୋଧ।

ପୂର୍ବତଟ ରେଳପଥ ନିରାପଦ, ଆରାମଦାୟକ ଏବଂ ଅସୁବିଧାମୁକ୍ତ ଯାତ୍ରା ପ୍ରଦାନ କରିବାକୁ ପ୍ରତିବଦ୍ଧ ଏବଂ ଚାହିଦା ଉପରେ କଡ଼ା ନଜର ରଖି ଆବଶ୍ୟକତା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

Leave A Reply

Your email address will not be published.